fbpx

ରାଜଧାନୀରେ ପୋଲିସ ଜନତା ଧସ୍ତା ଧସ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜମି ବିବାଦକୁ ନେଇ ପୋଲିସ ଜନତା ଧସ୍ତା ଧସ୍ତି । କଳିଙ୍ଗ ଷ୍ଟାଡିୟମ ନିକଟସ୍ଥ ଦ ଓ୍ୱାର୍ଲ୍ଡ ନିକଟରେ ଥିବା ନୟାପଲ୍ଲୀ ଭୋଇ ସାହିର ମଶାଣି ଓ ଖେଳ ପଡ଼ିଆ ଜମିକୁ ନେଇ ପୋଲିସ ଏବଂ ଜନତା ଧସ୍ତା ଧସ୍ତି ହୋଇଛନ୍ତି ।

ପୂର୍ବରୁ ସ୍ୱର୍ଗତ ବିଜୁ ବାବୁ ଏହି ଜମିକୁ ନୟାପଲ୍ଲୀର ଭୋଇ ସାହି ଓ ଶବର ସାହିର ଜନସାଧାରଣଙ୍କ ପାଇଁ ଛାଡ଼ିଥିଲେ । ହେଲେ ଆଗକୁ ହକି ବିଶ୍ଵକପ୍‌କୁ ଳକ୍ଷ୍ୟ ରଖି ଜମିକୁ କଳିଙ୍ଗ ଷ୍ଟାଡିୟମ କୁ ହସ୍ତାନ୍ତର କରିଯିବାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ନୟାପଲ୍ଲୀ ଶବର ସାହି, ଭୋଇ ସାହି ଓ ବେହେରା ସାହି ର ଲୋକେ ଏହାକୁ ବିରୋଧ କରିଛନ୍ତି । କଳିଙ୍ଗ ଷ୍ଟାଡିୟମ ଏକ ନମ୍ବର ଗେଟ ପାର୍ଶ୍ୱରେ ଥିବା ଶ୍ମଶାନ ଓ ଖେଳ ପଡ଼ିଆକୁ ଷ୍ଟାଡିୟମ ଶହ ମିଶାଇବା ପାଇଁ ଉଛେଦ ବେଳେ ପୋଲିସ ଓ ଜନତା ଧସ୍ତା ଧସ୍ତି ହୋଇଛନ୍ତି । ଏ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଏକ ସ୍ମାରକ ପତ୍ର ରାଜ୍ୟ ସରକାର ଙ୍କୁ ପ୍ରଦାନ କରାଯାଇଛି । ତେବେ ପୂର୍ବପୁରୁଷଙ୍କ ଶ୍ମଶାନ ଓ ପଡିଆ କୁ କୌଣସି ପରିସ୍ଥିତି ରେ ଛାଡ଼ିବୁ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.