fbpx

ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ ଆସିପାରେ କରୋନାର ତୃତୀୟ ଲହର: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରର ପ୍ରକୋପ ଏବେବି ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଦେଶରେ ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏନେଇ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି । ତୃତୀୟ ଲହରକୁ ରୋକାଯାଇପାରିବ ନାହିଁ ବୋଲି ସେ କହିଛନ୍ତି ।

ତେବେ ମାର୍ଚ୍ଚ ଶେଷରେ ଆରମ୍ଭ ହୋଇଥିବା ଲକଡାଉନ ପରେ ଏବେ ଦେଶର ବିଭିନ୍ନ ଅଞ୍ଚଳରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବାରେ ଲାଗିଛି । ଏହା ପୂର୍ବରୁ ବିଶେଷଜ୍ଞମାନେ ତୃତୀୟ ଲହରକୁ ନେଇ ଚେତାବନୀ ଜାରି କରିଥିଲେ ।

ଅନ୍ୟପଟେ ରଣଦୀପ ଗୁଲେରିଆ କହିଛନ୍ତି ଯେ, ‘ଦେଶରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । କିନ୍ତୁ ପ୍ରଥମ ଓ ଦ୍ୱିତୀୟ ଲହର ମଧ୍ୟରେ ଯାହା ହୋଇଥିଲା, ସେଥିରୁ ଆମକୁ କିଛି ଶିଖିବାକୁ ମିଳିଛି । କିନ୍ତୁ ଲୋକମାନେ ପୁଣି ଥରେ ଏକାଠି ହେବା ଆରମ୍ଭ କରିଛନ୍ତି ଓ ଭିଡ ବଢାଉଛନ୍ତି । ତୃତୀୟ ଲହର ସମ୍ପୂର୍ଣ୍ଣ ଭାବେ ଲୋକଙ୍କ ଉପରେ ନିର୍ଭର କରୁଛି । ଯଦି ଲୋକମାନେ ସଚେତନ ନହୁଅନ୍ତି ଓ ଭିଡ ଜମାନ୍ତି, ତେବେ କରୋନାର ତୃତୀୟ ଲହରକୁ କେହି ଅଟକାଇ ପାରିବେ ନାହିଁ ।’ ଆସନ୍ତା ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର ଆସିପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.