fbpx

ନୁସରତଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଉ; ଦାବି କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସାଂସଦ ତଥା ତୃଣମୂଳ କଂଗ୍ରେସର ନେତ୍ରୀ ନୁସରତ ଜାହାଁଙ୍କ ବିବାହ ପ୍ରସଙ୍ଗ ଏବେ ଲୋକସଭାରେ ପହଞ୍ଚିଛି । ତାଙ୍କର ବ୍ୟକ୍ତି ଜୀବନ କିଛି ହଇଚଇ ସୃଷ୍ଟି କରୁଥିବା ଚର୍ଚ୍ଚା ଥମିବାର ନାଁ ଧରୁନି । ନିଖିଲ ଓ ନୁସରତଙ୍କ ବିବାହ ବିଚ୍ଛେଦକୁ ନେଇ ସବୁଆଡେ ସେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନୁସରତ୍ ଏବେ ସମସ୍ତଙ୍କ ଆଖି ଆଢୁଆଳରେ ଶିକାର ପାଟିଛନ୍ତି । ରାଜନୀତି ଟାରୁ ଆରମ୍ଭ କରି ସବୁଠାରେ ଶୁଣିବାକୁ ମିଳୁଛି ସେ ଜଣେ ଧୋକେବାଜ୍ ।କିନ୍ତୁ ଏବେ ଲୋକସଭାରେ ମଧ୍ୟ ତାଙ୍କ ନାଁ ଉଠିଛି ।

ଭାରତୀୟ ଜନତାପାର୍ଟି ସାଂସଦ ସଙ୍ଘମିତ୍ରା ମୋର୍ଯ୍ୟ ଲୋକସଭା ବାଚସ୍ପତିଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଁଥିରେ ସେ ନୁସରତ ଜାହାଁଙ୍କ ଲୋକସଭା ସଦସ୍ୟରୁ ବାତିଲ୍ କରିବାକୁ ଦାବି କରିଛନ୍ତି । ସଙ୍ଘମିତ୍ରା ମୋର୍ଯ୍ୟ କହିଛନ୍ତି କି ନୁସରତ ଜାହାଁଙ୍କ ଅଶ୍ଳୀଳ ଆଚରଣ ଓ ସେ ବିବାହ ପ୍ରସଙ୍ଗରେ ନିଜର ଭୋଟରଙ୍କୁ ପ୍ରତାରଣା କରିଛନ୍ତି । ଯାହାଫଳରେ ସଂସଦର ସମ୍ମାନ ମଧ୍ୟ କ୍ଷୁର୍ଣ୍ଣ କରିଛି । ଏହି ମାମଲା ସଂସଦର ଏଥିକ୍ସ୍ କମିଟି ନିକଟକୁ ପଠାଯିବ । ଏହାର ଅନୁସନ୍ଧାନ କରାଯାଉ । ଏବଂ ନୁସରତ୍ ଜାହାଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଜେପି ସାଂସଦ ଦାବି କରିଛନ୍ତି ।
ତେବେ ଏହି ଚିଠିରେ ସେ ତୃଣମୂଳ ସାଂସଦଙ୍କର ଲୋକସଭା ପ୍ରୋଫାଇଲକୁ ମଧ୍ୟ ସଂଲଗ୍ନ କରିଛନ୍ତି । ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କ ନାମ ନିଖିଲ ଜୈନ ନାମରେ ନାମିତ କରିଛନ୍ତି । ଆହୁରି ଲେଖାଯାଇଛି ଯେ ୨୫ ଜୁନ ୨୦୨୯ରେ ଶପଥ ଗ୍ରହଣ ସମାରୋହରେ ନୁସରତ ଜାହାଁ ତାଙ୍କର ପୁରା ନାମ ନୁସରତ ଜାହା ରୁହି ଜୈନ ଭାବେ କହିଥିଲେ । ଏବଂ ସେ ନବବିବାହିତ ରୂପରେ ପୋଷାକ ପିନ୍ଧିବା ଦେଖାଯାଇଥିଲେ । ଏହା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ତାଙ୍କ ବିବାହ ପାର୍ଟିରେ ଯୋଗ ଦେଇଥିବାର ଉଲ୍ଲେଖ କରାଯାଇଛି ।

ବିଜେପି ସାଂସଦ ଲେଖିଛନ୍ତି କି ଯେତେବେଳେ ସେ ଜଣେ ଅଣ-ମୁସଲମାନଙ୍କୁ ବିବାହ କରିବା ପାଇଁ ତାଙ୍କ ଉପରେ ସିନ୍ଦୁର ଲଗାଇବା ପାଇଁ ଇସଲାମିକ କଠରପନ୍ଥୀର ଏକ ବିଭାଗ ତାଙ୍କୁ ଟାର୍ଗେଟ କରିଥିଲେ । କିନ୍ତୁ ଦଳର ସାଂସଦମାନେ ତାଙ୍କୁ ରକ୍ଷା କରିଥିଲେ । ଏହା ସହ ସଙ୍ଘମିତ୍ରା କହିଛନ୍ତି କି ନୁସରତ ଜାହାଁଙ୍କ ବ୍ୟକ୍ତିଗତ ଜୀବନରେ କେହି ହସ୍ତକ୍ଷପ କରିବା ଉଚିତ ନୁହେଁ । କିନ୍ତୁ ବିବାହ ବିଷୟରେ ତାଙ୍କର ନିକଟରେ କହିବା ଅର୍ଥ ହେଉଛି ଯେ ସେ ଜାଣିଶୁଣି ସଂସଦକୁ ଭୁଲ ତଥ୍ୟ ଦେଇ ଭୋଟରଙ୍କୁ ପ୍ରତାରଣା କରିଥିଲେ ।

ସୂଚନା ଅନୁଯାୟୀ ନୁସରତ ଜାହାଁ ଏବଂ ନିଖିଲ ଜୈନଙ୍କ ମଧ୍ୟରେ ସବୁକିଛି ସ୍ୱାଭାବିକ ନାହିଁ । କାରଣ ସେମାନେ ତୁର୍କୀରେ ବିବାହ ନିୟମାବଳୀ ଅନୁସାରେ ଏକ ବିଦେଶରେ ବିବାହ କରିଥିବାରୁ ଏହି ବିବାହର କୌଣସୀ ଅର୍ଥ ନାହିଁ । ଏହା ସହ ସେ କହିଛନ୍ତି କି ଭାରତରେ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ପଞ୍ଜୀକୃତ କରାଯିବା ଆବଶ୍ୟକ ଯାହାକି ଘଟିନଥିଲା । ଏହା ଏକ ପ୍ରକାରର ଲିଭ୍-ଇନ୍-ରିଲେସନ୍ସିପ୍ ଥିଲା । ଯେଉଁଥିରେ ଏପରି ପରିସ୍ଥିତିରେ ଛାଡପତ୍ର କୌଣସି ଆବଶ୍ୟକ ନାହିଁ ନୁସରତ୍ କହିଛନ୍ତି ।

Get real time updates directly on you device, subscribe now.