fbpx

ୟୁଏଇରେ ଟି-୨୦ ବିଶ୍ୱକପ୍‌ ଆୟୋଜନ ନେଇ ଚୂଡାନ୍ତ ନିଷ୍ପତ୍ତି: ଆଇସିସିକୁ ଆନୁଷ୍ଠାନିକ ଭାବେ ଜଣାଇଲା ବିସିସିଆଇ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତରେ କରୋନା ପରିସ୍ଥିତି ନେଇ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ଟି-୨୦ କ୍ରିକେଟ ବିଶ୍ୱକପ୍‌ ୟୁନାଇଟେଡ ଆରବ ଏମିରେଟ୍ସରେ (ୟୁଏଇ) ଆୟୋଜନ କରିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶେଷ ନିଷ୍ପତ୍ତି ନେଇଥିବା ବେଳେ ସୋମବାର ଦିନ ଆନୁଷ୍ଠାନିକ ଭାବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)କୁ ଜଣାଇଛି ।

ବିସିସିଆଇ ସେକ୍ରେଟାରୀ ଜୟନ୍ତ ଶାହା କହିଛନ୍ତି ଯେ ଭାରତରେ କରୋନା ଏହି ବିଶ୍ୱକପ ଆୟୋଜନ କରିବା ଯୋଜନା ଥିଲା । ମାତ୍ର କରୋନା ସ୍ଥିତିରେ ଆଜି ପର୍ଯ୍ୟନ୍ତ ବିଶେଷ ଆସନ୍ତା ଅକ୍ଟୋବର -ନଭେମ୍ବର ମାସ ବେଳକୁ ଯଦି କରୋନାର ପରବର୍ତ୍ତୀ ଲହର ଆସିବ ,ତେବେ ଭାରତରେ ଏହି ବିଶ୍ୱକପ୍‌ ଆୟୋଜନ କରିବା ବିପଦ ଜନକ ହେବା ଆଶଙ୍କା ରହିଛି । ଏହି ପ୍ରସଙ୍ଗ ନେଇ ଆମେ ଆଲୋଚନା କରିବା ପରେ ୟୁଏଇକୁ ସ୍ଥାନାନ୍ତର କରିବା ପାଇଁ ବିଚାର ବିମର୍ଷ ଚଳାଇଥିଲୁ । ଜୁନ ୨୮ ତାରିଖ ମଧ୍ୟରେ ଚୂଡାନ୍ତ ନିଷ୍ପତ୍ତି ଜଣାଇବା ପାଇଁ ଆଇସିସି ଆମକୁ ଶେଷ ତାରିଖ ଦେଇଥିଲେ । ତେଣୁ ଆଇସିସିକୁ ଏହା ଅବଗତ କରା ଯାଇଛି । ତେବେ ପୂର୍ବ ଆଲୋଚନା ଅନୁଯାୟୀ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବିଶ୍ୱକପ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏଥିରେ ପରିବର୍ତ୍ତନ କରା ଯାଇ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି ।ତେବେ ଚୂଡାନ୍ତ କାର୍ଯ୍ୟସୂଚୀ ଖୁବ ଶୀଘ୍ର ଘୋଷଣା କରାଯିବ ।

ସେହିପରି ୮ ଦଳକୁ ନେଇ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପର ପ୍ରଥମ ରାଉଣ୍ଡ ମୁକାବିଲା ଓମାନରେ ଆୟୋଜନ କରାଯିବା ନେଇ ମଧ୍ୟ ପରବର୍ତ୍ତୀ ସମୟରେ ଚୂଡାନ୍ତ କରାଯିବ । ମାତ୍ର ୟୁନାଇଟେଡ ଆରବ ଏମିରେଟ୍ସର ତିନି ମୁଖ୍ୟ ଷ୍ଟାଡିୟମ ଦୁବାଇ ,ଶାରଜା ଓ ଆବୁଧାବିରେ ବିଶ୍ୱକପର ମୁଖ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ବିସିସିଆଇ ସେକ୍ରେଟାରୀ ଶାହା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.