fbpx

ଆଜି ପୁଣି ଜମ୍ମୁରେ ଉଡ଼ିଲା ଅଜ୍ଞାତ ଡ୍ରୋନ୍, ହିନ୍ଦୁସ୍ତାନକୁ ଘେରିବାକୁ ଚାଲିଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଜମ୍ମୁରେ ଡ୍ରୋନ୍ ଉଡ଼ିବା କିଛିଦିନ ଧରି ଏକ ସାମାନ୍ୟ ଘଟଣା ହୋଇଗଲାଣି । ଆଜି ସକାଳୁ ଜମ୍ମୁର କୁଞ୍ଜୱାନି ଏୟାର ଫୋର୍ସ ସିଗନାଲ ଉପରେ ଦୁଇଟି ଅଜ୍ଞାତ ଡ୍ରୋନ ଉଡ଼ୁଥିବାର ଦେଖାଯାଉଥିଲା । ଏହି ଘଟଣା ପରେ ଜମ୍ମୁ ଏୟାରବେସ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ଆଲର୍ଟ କରିଦିଆଯାଇଛି ।

ଏହା ପୂର୍ବରୁ ଗତ ସୋମବାର ଓ ମଙ୍ଗଳବାର ରାତି ୧ଟାରୁ ୪ଟା ମଧ୍ୟରେ ୩ଟି ଡ୍ରୋନ ଉଡ଼ୁଥିବାର ଦେଖାଯାଇଥିଲା । ପ୍ରଥମେ ରାତି ୧.୦୮ ମିନିଟରେ, ଦ୍ୱିତୀୟ ୩.୦୯ ମିନିଟରେ ଓ ତୃତୀୟ ଡ୍ରୋନ୍ ୪.୧୯ ମିନିଟରେ ଦେଖାଯାଇଥିଲା । ଗତ ଶନିବାର ଦିନ ଜମ୍ମୁ ଏୟାରବୋସ ଉପରେ ଆତଙ୍କବାସୀମାନେ ଡ୍ରୋନ୍ ହମଲା କରିଥିଲେ । ଏଥିରେ କିଛି ଯବାନ ସାଧାରଣ ଭାବେ ଆହତ ହୋଇଥିଲେ । ପରେ ଏହି ଘଟଣାର ଯାଞ୍ଚ ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନଆଇଏକୁ ନିର୍ଦ୍ଦେଶ ଦିଆଯାଇଛି । ଏନଆଇଏର ଜଣେ ଅଧିକାରୀ କହିଛନ୍ତି ଯେ, ଡ୍ରୋନ୍ ଦ୍ୱାରା ଘଟାଯାଇଥିବା ବିସ୍ଫୋରଣରେ ଆରଡିଏକ୍ସ ସହ ଅନ୍ୟ ରାସାୟନିକ ପଦାର୍ଥର ମିଶ୍ରଣ କରାଯାଇଥିଲା । କିଛିଦିନ ପୂର୍ବରୁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଚୀନ ଠାରୁ କିଛି ଡ୍ରୋନ କିଣିଥିଲା, ତେଣୁ ଏହି ବିସ୍ଫୋରଣ ପଛରେ ଉଭୟ ଶତ୍ରୁ ରାଷ୍ଟ୍ରଙ୍କ ଷଡ଼ଯନ୍ତ୍ର ରହିଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.