fbpx

ଲାଖପଦର ଛକରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ୱାମୀ ଆହତ, ସ୍ତ୍ରୀ ଗୁରୁତର

ନର୍ଲା (ଓଡ଼ିଶା ଭାସ୍କର) : ନର୍ଲା ବ୍ଳକ ଅନ୍ତର୍ଗତ ଲାଖପଦର ଛକରେ ଦୁଇ ବାଇକ୍‌ ମୁହାଁମୁହିଁ ହେବାରୁ ଜଣେ ମହିଳା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣା ମତେ କେସିଙ୍ଗାର ନିରଞ୍ଜନ ମିଶ୍ର ଓ ତାଙ୍କ ପତ୍ନୀ ଜାନକୀ ମିଶ୍ର ଓଡି ୦୮ଜେ ୧୮୯୫ ନମ୍ବର ବାଇକରେ ମୁନିଗୁଡା ଯାଇ ଘରକୁ ଫେରୁଥିବା ବେଳେ ଲାଖପଦର ଛକରେ ବିପରୀତ ଦିଗରୁ ଆସୁଥିବା ଓଡି ୦୮ କେ ୨୯୯୧ ନମ୍ବର ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ସ୍ୱାମୀ ଆହତ ହୋଇଥିବା ବେଳେ ସ୍ତ୍ରୀ ଜାନକୀ ମିଶ୍ର ଗୁରୁତର ଆହତ ହୋଇଥିଲେ । ଦୁଇ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ କେସିଙ୍ଗା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

Get real time updates directly on you device, subscribe now.