fbpx

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏମିତି ମେସେଜ ଦେଲେ ଆୟୁଷ୍ମାନ

ମୁମ୍ବାଇ: ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ବିଶ୍ୱ ଡାକ୍ତର ଦିବସ ଅବସରରେ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛନ୍ତି । ଜାତୀୟ ଡାକ୍ତର ଦିବସ ଅବସରରେ ଡାକ୍ତର ସମୁଦାୟକୁ ତାଙ୍କର ନିରବଛିନ୍ନ ସେବା ମନୋବୃତି ପାଇଁ ଧନ୍ୟବାଦ ଜଣାଇଛନ୍ତି । କରୋନା ମହାମାରୀ ସମୟରେ ନିଜ ଜୀବନକୁ ତୁଚ୍ଛ କରି ଦେଶବାସୀଙ୍କ ଜୀବନ ବଞ୍ଚାଉଥିବା ସମସ୍ତ ଡାକ୍ତରଙ୍କୁ ସୁପରହିରୋ ସହିତ ତୁଳନା କରିଛନ୍ତି ଆୟୁଷ୍ମାନ ।

ଡାକ୍ତରଙ୍କ ସେବା ଓ ତ୍ୟାଗକୁ ଦୃଷ୍ଟିରେ ରଖି ଆମକୁ ସେମାନଙ୍କ ସୁରକ୍ଷା ସମ୍ପର୍କରେ ଚିନ୍ତା କରିବାକୁ ପଡିବ । ସେମାନଙ୍କର ମଧ୍ୟ ପରିବାର ରହିଛି ଯେଉଁମାନେ ତାଙ୍କୁ ନେଇ ଚିନ୍ତିତ । ତେଣୁ ଡାକ୍ତରଙ୍କୁ ସୁରକ୍ଷିତ ରଖିବା ଆମର କର୍ତ୍ତବ୍ୟ ଓ ଦାୟିତ୍ୱ ବୋଲି ଆୟୁଷ୍ମାନ କହିଛନ୍ତି । ବିଗତ ଦେଢ ବର୍ଷ ଧରି ଡାକ୍ତର ସମୁଦାୟ ଅତ୍ୟଧିକ ଚାପରେ ରହିଛି । ଏହା ସହିତ ଆମେ ଅଧିକ ସଚେତନ ହୋଇ କିଭଳି ସେମାନଙ୍କ ଉପରୁ ଚାପ ହ୍ରାସ ହୋଇ ପାରିବ ସେ ସମ୍ପର୍କରେ ବିଚାର କରିବା ଆବଶ୍ୟକ ବୋଲି ଆୟୁଷ୍ମାନ କହିଛନ୍ତି ।

ଶେଷ ଥର ପାଇଁ ଆୟୁଷ୍ମାନ ଅମିତାଭ ବଚ୍ଚନଙ୍କ ସହିତ ଗୁଲାବୋ ସିତାବୋରେ ନଜର ଆସିଥିବା ବେଳେ ଅନୁଭବ ସିହ୍ନାଙ୍କ ଅନେକ, ଅନୁଭୂତି କଶ୍ୟପଙ୍କ ଡକ୍ଟର ଜି ଓ ଅଭିଶେକ କପୁରଙ୍କ ଚଣ୍ଡୀଗଡ କରେ ଆଶିକୀରେ ନଜର ଆସିବାକୁ ଯାଉଛନ୍ତି ।

Get real time updates directly on you device, subscribe now.