fbpx

ଯୋଗ୍ୟତା ମାତ୍ର ଯୁକ୍ତ ୨ ପାସ୍, କିନ୍ତୁ ୧୦୦ ଦିନରେ ୪୦ ଦେଶର ୨୫ ହଜାରରୁ ଅଧିକ ଲୋକଙ୍କୁ ଲଗାଇଲାଣି ୫ କୋଟିର ଚୁନା

ଅହମ୍ମଦାବାଦ: ଯୁକ୍ତ ୨ ପାସ୍ କରିଥିବା ଜଣେ ସାଇବର ଅପରାଧୀ ଜଣେ କି ଦୁଇ ଜଣ ନୁହେଁ ବରଂ ହଜାର ହଜାର ଲୋକଙ୍କୁ କୋଟି କୋଟି ଟଙ୍କାର ଚୁନା ଲଗାଇଛି । ଯାହାର ପର୍ଦାଫାଶ କରିଛି ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ସାଇବର ସେଲ୍ । ଶନିବାର ଏକ ସାଇବର ଅପରାଧୀ ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ସାଇବର ସେଲ୍ ଗିରଫ ହୋଇଛି ଯିଏ ନିକଟରେ ଯୁକ୍ତ ୨ ପାସ୍ କରିଛି । ଏହି ଅପରାଧୀ ଜଣକ ମାତ୍ର ୧୦୦ ଦିନରେ ୪୦ ଦେଶର ୨୫ ହଜାରରୁ ଅଧିକ ନାଗରିକଙ୍କୁ ନିଜର ଟାର୍ଗେଟ୍ କରି ସାରିଛି । ଅଭିଯୁକ୍ତର ନାଁ ହର୍ଷବର୍ଦ୍ଧନ ପରମାର ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ୨୧ ବର୍ଷୀୟ ଯୁବକ ହର୍ଷବର୍ଦ୍ଧନ ନାରାୟଣନଗରରେ ରହୁଥିବା ଜଣେ ଦିନ ମଜୁରିଆଙ୍କ ପୁଅ । ଆରାମଦାୟକ ଜୀବନ ଜିଇଁବା ଏବଂ ସହଜରେ ଅର୍ଥ ଉପାର୍ଜନ ପାଇଁ ଯୁବକ ଜଣକ ‘ଡାର୍କ ଓ୍ଵେବ’ କାଷ୍ଟ କରୁଥିଲା । ସେ ଅନ୍ୟଙ୍କ କ୍ରେଡିଟ୍ ଓ ଡେବିଟ୍ କାର୍ଡ ବ୍ୟବହାର କରି ୫ କୋଟି ଟଙ୍କାର ସାମାନ କିଣିଥିଲା। ପରେ ସାମଗ୍ରୀଗୁଡିକୁ ନଗଦ ଅର୍ଥ ନେଇ ବିକ୍ରି କରୁଥିଲା ।

ପୋଲିସ ତିନି ମାସ ପୂର୍ବେ ଅହମ୍ମଦାବାଦର ଇସାନପୁର ଅଞ୍ଚଳରେ ରହୁଥିବା ଏହି ଯୁବକଙ୍କୁ ଗିରଫ କରିଥିଲା । ସୂଚନା ଅନୁଯାୟୀ ପରମାର ସେହି ଦେଶର ଲୋକଙ୍କୁ ଟାର୍ଗେଟ୍ କରୁଥିଲା, ଯେଉଁ ଗ୍ରାହକଙ୍କ ପାଖକୁ ଡିଜିଟାଲ୍ ନେଣଦେଣ ପାଇଁ ଓଟିପି ଯାଉନଥିଲା । ଅହମ୍ମଦାବାଦ କ୍ରାଇମ ବ୍ରାଞ୍ଚର ସାଇବର ସେଲ୍‌ର ଗୁଇନ୍ଦା ସୂଚନା ଆଧାରରେ ଦଳ ଅହମ୍ମଦାବାଦର ବ୍ୟକ୍ତି ଡାର୍କ ଓ୍ଵେବ୍ ଜରିଆରେ ଟଙ୍କା ଲୁଟ୍ କରୁଥିବା ଜାଣିବାକୁ ପାଇଥିଲେ।

ମାମଲାର ତଦନ୍ତ କରୁଥିବା ଟିମ୍ ଅନୁଯାୟୀ, ରୁଷି ହ୍ୟାକର୍ସଙ୍କ ସାହାଯ୍ୟରେ ସେ କ୍ରେଡିଟ୍ ଓ ଡେବିଟ୍ କାର୍ଡର ତଥ୍ୟ ସଂଗ୍ରହ କରୁଥିଲେ । ମାମଲାର ଯାଞ୍ଚ କରୁଥିବା ଦଳ ପାରମେରଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ । ଯେବେ ସେ ନିଜ ନିକଟରେ ଏକ ସ୍ଥାନରେ ୩୦ ରେଫ୍ରିଜେରେଟର ଅର୍ଡର ଦେଇଥିଲା, ସେହି ସମୟରେ ଅଧିକାରୀ ତାଙ୍କୁ କାବୁ କରି ନେଇଥିଲେ ।

Get real time updates directly on you device, subscribe now.