fbpx

ଓଡ଼ିଆ ପ୍ରଫେସରଙ୍କୁ ପ୍ରଶଂସା କଲା ପାକିସ୍ତାନ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱ ପରିବେଶ ଦିବସରେ ବିଶ୍ୱବିଦ୍ୟାଳୟର ଛାତ୍ର ଓ ଅଧ୍ୟାପିକାମାନଙ୍କୁ ସମ୍ବୋଧିତ କରିବା ପାଇଁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଜନସାଧାରଣ ନୀତି ଏବଂ ପରିଚାଳନା ବିଭାଗର ସହକାରୀ ପ୍ରଫେସର ପ୍ରଫେସର କମଳାକାନ୍ତ ଦାଶଙ୍କୁ ପାକିସ୍ତାନର ପଞ୍ଜାଵ ପ୍ରଦେଶରେ ଥିବା ଇସ୍ଲାମିଆ ୟୁନିଭର୍ସିଟି ବାହାବଳପୁର ତରଫରୁ ନିମନ୍ତ୍ରଣ କରାଯାଇଥିଲା। ଚଳିତ ବର୍ଷ ପାକିସ୍ତାନକୁ ବିଶ୍ୱ ପରିବେଶ ଦିବସର ବିଶ୍ୱ ଉତ୍ସବର ହୋଷ୍ଟ ଦେଶ ଭାବରେ ମଧ୍ୟ ମନୋନୀତ କରାଯାଇଥିଲା।

ପ୍ରଫେସର ଦାଶ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଏକ ପାହାଡ ଉପରେ ନିର୍ମିତ ହେବା ଠାରୁ ଆରମ୍ଭ କରି ସର୍ବଭାରତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ସବୁଜ କ୍ୟାମ୍ପସ ପର୍ଯ୍ୟନ୍ତ ଯାତ୍ରା ସମ୍ବନ୍ଧରେ ନିଜର କଥା ରଖିଥିଲେ । ଜାତିସଙ୍ଘ ଦ୍ୱାରା ୨୦୩୦ ସୁଦ୍ଧା ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ବିଶ୍ୱବିଦ୍ୟାଳୟ ଗୁଡ଼ିକ କିପରି ଉଜ୍ଜ୍ୱଳ ଲାବୋରେଟୋରୀ ହୋଇପାରିବ ସେ ଯୁକ୍ତି ବାଢ଼ିଥିଲେ।

Get real time updates directly on you device, subscribe now.