fbpx

ଆଜିଠୁ କଲେଜ୍‌ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ, କରୋନା କଟକଣା ମଧ୍ୟରେ ଅଫିସ କାର୍ଯ୍ୟ କରିବେ ସମସ୍ତ କର୍ମଚାରୀ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଧିରେ ଧିରେ କମୁଛି କରୋନା ସଂକ୍ରମଣ । କୋହଳ ହେଉଛି ଲକଡ଼ାଉନ୍‌ କଟକଣା । ଏହାରି ଭିତରେ ସୋମବାର ଉଚ୍ଚଶିକ୍ଷା ବିଭାଗ ଜାରି କରିଛି ନୂଆ ନିର୍ଦ୍ଦେଶନାମା । ଏଣିକି କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ । ମଙ୍ଗଳବାର ଅର୍ଥାତ ଚଳିତ ମାସ ୬ ତାରିଖରୁ ସମସ୍ତ ଟିଚିଂ ଓ ନନ ଟିଚିଂ ଷ୍ଟାଫ୍‌ ଡ଼ିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସି କାମରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଆଗକୁ ଅଣ୍ଡର ଗ୍ରାଜୁଏଟ୍‌ ଓ ପୋଷ୍ଟ ଗ୍ରାଜୁଏଟ୍‌ ପରୀକ୍ଷା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ।

କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ୫୦% କର୍ମଚାରୀଙ୍କୁ ନେଇ କେବଳ ଅଫିସିଆଲ କାମ କରାଯାଉଥିଲା । ହେଲେ ଏବେ ସବୁ କର୍ମଚାରୀ କାମରେ ଯୋଗଦେବା ପାଇଁ ସୋମବାର ବିଶ୍ୱବିଦ୍ୟାଳୟ କୂଳପତି ଓ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର । କରୋନା କଟକଣା ମାନି ମାସ୍କ ପିନ୍ଧି ସାମାଜିକ ଦୂରତା ରଖି କାର୍ଯ୍ୟ କରିବେ କର୍ମଚାରୀ ।

Get real time updates directly on you device, subscribe now.