ଓ୍ଵାଶିଂଟନ ଯାଇଥିବା ଜୟଶଙ୍କରଙ୍କୁ ୟୁଏସ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବା ପାଇଁ ୫ ଦିନ ଅପେକ୍ଷା କରିବାକୁ ପଡିଥିଲା, ତେବେ ଯାଇ ମିଳିଲା ସମୟ

ନୂଆଦିଲ୍ଲୀ : ଯେବେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକା ଗସ୍ତରେ ଯାଇଥିଲେ, ତେବେ ତାଙ୍କୁ ଆମେରିକା ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବା ପାଇଁ ପାଞ୍ଚ ଦିନ ଅପେକ୍ଷା କରିବାକୁ ପଡିଥିଲା। ଏହା ପରେ ଯାଇ ଆମେରିକା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ସମୟ ଦେଇଥିଲେ। ଏହା କୌଣସି ବିରୋଧୀ ଦଳ ନେତାଙ୍କ ବୟାନ ନୁହେଁ ଭାରତୀୟ ଜନତା ପାର୍ଟିର ଅସନ୍ତୁଷ୍ଟ ସାଂସଦ ସୁବ୍ରମଣ୍ୟମ ସ୍ଵାମୀଙ୍କ ବୟାନ।

ସ୍ଵାମୀ କହିଛନ୍ତି, ଆମେରିକା ଡେମୋକ୍ରାଟିକ ପାର୍ଟି ଭାରତରେ ଅନେକ ପ୍ରକାରର ପରିବର୍ତ୍ତନ ଚାହୁଁଛି। ସେମାନେ ଭାବୁଛନ୍ତି ଯେ, ଭାରତରେ ଗଣତନ୍ତ୍ର ଚାପଗ୍ରସ୍ତ ହେବାରେ ଲାଗିଛି। ଯେବେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକା ଯାଇଥିଲେ, ତେବେ ଆମେରିକା ପ୍ରତିପକ୍ଷ ଏସଜୟଶଙ୍କରଙ୍କୁ ସାକ୍ଷାତ କରିବାକୁ ସମୟ ମିଳିନଥିଲା। ଆମେରିକା ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବାକୁ ଏସ ଜୟଶଙ୍କରଙ୍କୁ ପାଞ୍ଚ ଦିନ ଅପେକ୍ଷା କରିବାକୁ ପଡିଥିଲା। ୟୁରୋପରୁ ଫେରିବା ପରେ ଯାଇ ଆମେରିକା ବୈଦେଶିକ ମନ୍ତ୍ରୀ ଭାରତର  ବୈଦେଶିକ ମନ୍ତ୍ରୀଙ୍କୁ ସମୟ ଦେଇଥିଲେ।

ଏହା ପୂର୍ବରୁ ସ୍ଵାମୀ ଦାବି କରିଥିଲେ ଯେ, ମୁଁ ଜାଣିବାକୁ ପାଇଥିଲି ଯେ, ଭାରତର ବୈଦେଶିକ ମନ୍ତ୍ରୀ ଶ୍ରୀ ଜୟଶଙ୍କର ଯେବେ ଜି-୭ ବୈଠକରେ ଯୋଗ ଦେବାକୁ ଯାଇଥିଲେ, ତେବେ ଲଣ୍ଡନରେ ତାଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଥିଲା। ତାଙ୍କୁ ଓ୍ଵେଟରଙ୍କ ପରି ପୋଷାକ ପିନ୍ଧିବାକୁ ଦିଆଯାଇଥିଲା। ସ୍ଵାମୀ ଏହା ମଧ୍ୟ ଲେଖିଥିଲେ, ଯଦି ଏହି ଘଟଣା ସତ ନୁହେଁ ତେବେ ଜୟଶଙ୍କର କୃପା କରି ଏହାକୁ ଖଣ୍ଡନ କରନ୍ତୁ।

ସୂଚନାଯୋଗ୍ୟ, ଭାରତ ସରକାରଙ୍କ ବୈଦେଶିକ ନୀତିକୁ ନେଇ ସ୍ଵାମୀ କ୍ରମାଗତ ନିଜ ଦଳକୁ ସମାଲୋଚନା କରି ଚାଲିଛନ୍ତି। ଚୀନ ପ୍ରସଙ୍ଗରେ ସେ କ୍ରମାଗତ କଡା କାର୍ଯ୍ୟାନୁଷ୍ଠାନ ଦାବି କରି ଆସିଛନ୍ତି। କିଛି ଦିନ ପୂର୍ବେ ସେ କହିଥିଲେ ଯେ, ଚୀନ ଭାରତର ଭୂଟାନ ଜମି ଉପରେ କବଜା କରୁଛି।