fbpx

ରଥଯାତ୍ରା ପଛରେ କ’ଣ ରହିଛି ପୌରାଣିକ କାହାଣୀ, ଯାହାକୁ ଶୁଣି ଆପଣ ବି ଚକିତ ହେବେ

ଚଳିତମାସ ୧୨ ତାରିଖରେ ହେବାକୁ ଯାଉଛି ରଥଯାତ୍ରା । କିନ୍ତୁ ଏବର୍ଷ କୋଭିଡ କଟକଣା ଭିତରେ ରଥଯାତ୍ରା ହେବ । ତେବେ ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ହେଉଛି ବିଶ୍ୱପ୍ରସିଦ୍ଧ । ଏହା ପଛରେ ରହିଛି ଏକ ପୌରାଣିକ କାହାଣୀ, ଯାହା ଶୁଣି ଆପଣ ବି ଚକିତ ହୋଇଯିବେ । ତେବେ ଆସନ୍ତୁ ଜାଣିବା ରଥଯାତ୍ରା ପଛରେ ଥିବା ପୌରାଣିକ କାହାଣୀ ବିଷୟରେ…

କିମ୍ବଦନ୍ତୀ ତଥା ପୌରାଣିକ ଆଖ୍ୟାୟିକା ଅନୁଯାୟୀ, ଦ୍ୱାପର ଯୁଗରେ ଜାରା ଶବର ଶରରେ ପ୍ରାଣ ହରାଇଥିଲେ ଦ୍ୱାରକାଧିପତି ଶ୍ରୀକୃଷ୍ଣ । ଶେଷତମ ଆତ୍ମୀୟ ଭାବରେ ପାଣ୍ଡବମାନେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଶରୀରକୁ ଦାହ କରିବାକୁ ବିଫଳ ହୋଇଥିଲେ । କାରଣ ଅଗ୍ନିର ଦାହିକା ଶକ୍ତି ନିକଟରେ ପୂର୍ଣ୍ଣବ୍ରହ୍ମ ସ୍ୱରୂପ ଶ୍ରୀକୃଷ୍ଣଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ସାମର୍ଥ୍ୟ ନ ଥିଲା ।
କିମ୍ବଦନ୍ତୀ ଅନୁସାରେ ଏହି ସମୟରେ ପାଣ୍ଡବମାନଙ୍କୁ ଶୂନ୍ୟବାଣୀ ହୋଇଥିଲା ଯେ, କୃଷ୍ଣଙ୍କର ନାଭିକମଳ ଅଗ୍ନିରେ ଭସ୍ମ ହେବନାହିଁ । ଏହାକୁ ମହୋଦଧିରେ ବିସର୍ଜନ କରିବା ଉଚିତ୍ । ପାଣ୍ଡବମାନେ ଶ୍ରୀକୃଷ୍ଣଙ୍କ ଅର୍ଦ୍ଧଦଗ୍ଧ ପିଣ୍ଡକୁ ମହୋଦଧିରେ ବିସର୍ଜନ କରିଦେଲେ । ଏହା ଦାରୁ ଭାବରେ ବାଙ୍କି ମୁହାଣରେ ଆବିର୍ଭାବ ହେଲା । ସମୁଦ୍ରରେ ଭାସୁଥିବା ଏହି ଦାରୁକୁ ରାଜା ଇନ୍ଦ୍ରଦ୍ୟୁମ୍ନ ଶଗଡରେ ଆଣି ଗୁଣ୍ଡିଚା ମନ୍ଦିରରେ ରଖିଲେ ।

ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁରୂପରେ ବାଙ୍କୀ ମୁହାଣରେ ଆବିର୍ଭାବ ହେଲା । ସମୁଦ୍ରରେ ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିଥିଲେ । ଏହାପରେ ସ୍ୱୟଂ ମହାପ୍ରଭୁ ନିଜେ ବୃଦ୍ଧ ରୂପରେ ଆସି ସେହି ଦାରକୁ ମୂର୍ତ୍ତି ଗଢିବା ପାଇଁ କହିଥିଲେ ଓ ସର୍ତ୍ତ ରଖିଥିଲେ ଯେ ୨୧ଦିନ ଯାଏ ମୂର୍ତ୍ତି ଗଢା ନ ସରିବା ଯାଏ, ସେହି ଗୃହର କବାଟ ବନ୍ଦ ରହିବ । କିନ୍ତୁ ୧୫ଦିନ ପରେ ସେ ଗୃହରୁ କିଛି ଶଦ୍ଧ ନଶୁଭିବାରୁ ରାଣୀ ଗୁଣ୍ଡିଚା ରାଜାଙ୍କୁ ଦ୍ୱାର ଖୋଲିବା ପାଇଁ ବାଧ୍ୟ କରିଥିଲେ । ଦ୍ୱାର ଖୋଲିବା ମାତ୍ରେ ଦେଖିଲେ ଅଧାଗଢା ଚତୁର୍ଦ୍ଧା ମୂର୍ତ୍ତି ଓ ଗଢୁଥିବା ବୃଦ୍ଧ ଉଭାନ ହୋଇଯାଇଥିଲେ ।

ପରେ ସେହି ଅଧାଗଢା ମୂର୍ତ୍ତିକୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଗଲା । ଏହି ଅଧାଗଢା ମୂର୍ତ୍ତି ଦେଖି ରାଣୀ ଗୁଣ୍ଡିଚା କାନ୍ଦିବାକୁ ଲାଗିଲେ ଏହାପରେ ଭଗବାନ ରାଣୀ ଗୁଣ୍ଡିଚାଙ୍କୁ ତାଙ୍କ ମାଉଷି ହେବାର ବର ପ୍ରଦାନ କଲେ । ଏହି ଭଗବାନ ରାଜାଙ୍କୁ ଶୂନ୍ୟବାଣୀ କଲେ ଯେ ପ୍ରତିବର୍ଷ ମୋ ଜନ୍ମଭୂମିକୁ ଥରେ ବୁଲାଇ ନେବ । ଏଥିପାଇଁ ପ୍ରତିବର୍ଷ ଆଷାଢ ଶୁକ୍ଳ ଦ୍ୱତୀୟା ତିଥିରେ ତିନି ଠାକୁର ରଥରେ ବସି ରତ୍ନବେଦିରୁ ଯାଆନ୍ତି ନିଜ ଜନ୍ମ ବେଦୀକୁ । ମାଉଷି ଗୁଣ୍ଡିଚାଙ୍କ ନାମ ଅନୁସାରେ ଏହି ଯାତ୍ରାର ନାମ ଗୁଣ୍ଡିଚା ଯାତ୍ରା । ଶ୍ରୀଜୀଉ ଗୁଣ୍ଡିଚାଘରକୁ ବୁଲି ଯାଆନ୍ତି ଓ ବାହୁଡ଼ନ୍ତି ।

Get real time updates directly on you device, subscribe now.