fbpx

ଘୋଷଣା ହେଲା NEET (PG)ର ପ୍ରବେଶିକା ତାରିଖ; ଜାଣନ୍ତୁ କେବେ ହେବ ପରୀକ୍ଷା ?

ନୂଆଦିଲ୍ଲୀ:ନିଟ୍ ପିଜି ପରୀକ୍ଷା ସେପ୍ଟେମ୍ବର ୧୧ ତାରିଖରେ ହେବ । ଏନେଇ ନବନିଯୁକ୍ତ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । ତେବେ ଦେଶର ମେଡିକାଲ କଲେଜରେ ପିଜି ପାଠ୍ୟକ୍ରମରେ ଆଡମିଶନ ପାଇଁ ପ୍ରବେଶିକା ପରୀକ୍ଷା ଏପ୍ରିଲ ୧୮ରେ ହେବାକୁ ଥିଲା, କିନ୍ତୁ କରୋନା ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା । ସାରା ଦେଶରେ ୧.୭୦ ଲକ୍ଷ ଛାତ୍ରଛାତ୍ରୀ ନିଟ୍ ପିଜି ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଛନ୍ତି । ଯେଉଁ ପ୍ରାର୍ଥୀମାନେ ୩୦ ଜୁନ୍ ୨୦୨୧ କିମ୍ବା ତା ପୂର୍ବରୁ ଇଣ୍ଟର୍ନସିପ୍ ଶେଷ କରିଛନ୍ତି, ସେମାନେ ନିଟ୍ ପିଜି ପାଇଁ ଯୋଗ୍ୟ ଅଟନ୍ତି ।

ତେବେ ନିଟ୍ ପିଜିରେ ୩୦୦ ମଲ୍ଟିପଲ୍ ଚଏସ ପ୍ରଶ୍ନ ରହିବ । ଏହି ପରୀକ୍ଷା ଦେଶର ୧୬୨ ଟି ସହରରେ ଆୟୋଜିତ କରାଯିବ । ଏହି ପରୀକ୍ଷା ମାଷ୍ଟର ଅଫ୍ ସର୍ଜରୀ, ଡକ୍ଟର ଅଫ୍ ମେଡିସିନ୍ ଓ ପିଜି ଡିପ୍ଲୋମା ପ୍ରୋଗ୍ରାମ୍ ପାଇଁ କରାଯାଏ । ଏହା ଅଧୀନରେ ୧୦୮୨୧ ମାଷ୍ଟର ଅଫ୍ ସର୍ଜରୀ, ୧୯୯୫୩ ଡକ୍ଟର ଅଫ୍ ମେଡିସିନ୍, ୧୯୭୯ ପିଜି ଡିପ୍ଲୋମା ସିଟ୍ ପାଇଁ ରହିଥିବା ବେଳେ ୬୧୦୨ ସରକାରୀ ଓ ବେସରକାରୀ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆଡମିଶନ ଦିଆଯାଏ ।

ଏହା ପୂର୍ବରୁ ଗତକାଲି କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ ପାଇଁ ତାରିଖ ଘୋଷଣା କରାଯାଇଛିି । ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ନିଟ୍ ପରୀକ୍ଷା ହେବ । କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ନବନିଯୁକ୍ତ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ସମ୍ପୂର୍ଣ୍ଣ କରୋନା ଗାଇଡଲାଇନ ମାନି ଏହି ପରୀକ୍ଷା କରାଯିବ ବୋଲି ଏନଟିଏ ପକ୍ଷରୁ ଘୋଷଣା କରାଯାଇଛି ।

Get real time updates directly on you device, subscribe now.