fbpx

ଜବତ ହେଲା ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗର, ଗିରଫ ହେଲେ ଜଣେ ପୁରୁଷ ଓ ଜଣେ ମହିଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ଏକ ବଡ଼ ଧରଣର ବ୍ରାଉନସୁଗର ଗ୍ୟାଙ୍ଗ ଠାବ କରାଯାଇଛି । ରାଜଧାନୀର କେସୁରା ଅଞ୍ଚଳର ଏକ ଘରୁ ନଗଦ ପ୍ରାୟ ୩୫ ଲକ୍ଷ ଟଙ୍କାର ନୋଟ୍ ବିଡ଼ା ପୋଲିସ ଜବତ କରିଛି । ସହିଦନଗର ଥାନା ପୋଲିସ ଓ କ୍ୱିକ୍ ଆକ୍ସନ ଟିମ୍ ମିଳିତ ଚଢ଼ାଉ କରି ଏହି ସଫଳା ହାସଲ କରିଥିବା କୁହାଯାଉଛି ।

ତେବେ ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୩୪ ଲକ୍ଷ ୮୦ ହଜାର ଟଙ୍କାର ନଗଦ ନୋଟ୍ ଜବତ କରାଯାଇଛି । ଗିରଫ ଯୁବକଙ୍କ ବୟସ ୨୩ ବର୍ଷ ହୋଇଥିବା ବେଳେ ମହିଳାଙ୍କ ବୟସ ୨୮ ବର୍ଷ ବୋଲି ଜଣପାଡ଼ିଛି । ଏଥିସହ ୫୫୦ ଗ୍ରାମର ବ୍ରାଉନସୁଗର, ୬ଟି ମୋବାଇଲ୍ ଫୋନ୍, ଦୁଇଟି ବାଇକ୍ (ୟାମାହା ଓ ଟିଭିଏସ୍ ଆପାଚି) ଓ ଗୋଟିଏ ମାରୁତି ସୁଜୁକି କାର୍ ଜବତ ହୋଇଛି । ତେବେ ଜବତ ହୋଇଥିବା ବ୍ରାଉନସୁଗରର ମୂଲ୍ୟ ୫୫ ଲକ୍ଷ ହେବ ବୋଲି ଜଣାପଡ଼ିଛି । ଗିରଫ ବ୍ୟକ୍ତିର ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ବୋଲି ଜଣାପଡ଼ିଛି । ଏହି ଗ୍ୟାଙ୍ଗ ମୁଖ୍ୟତଃ ଶ୍ରମିକ, ସ୍ଥାନୀୟ ଅଧିବାସୀ, ଛାତ୍ର, ବେରୋଜଗାରୀ ଯୁବକମାନଙ୍କୁ ଟାର୍ଗେଟ୍ କରୁଥିଲା । ଏନେଇ ସବିଶେଷ ସୂଚନା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରଦାନ କରିଛନ୍ତି । ତେବେ ଏହି ରାକେଟର ପର୍ଦ୍ଦାଫାସ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇଥିବାରୁ ଏନେଇ ପୋଲିସ ଅଧିକ ତଥ୍ୟ ହାସଲ କରିବା ପାଇଁ ପ୍ରୟାସ ଜାରି ରଖିଛି । ବିପୁଳ ପରିମାଣର ବ୍ରାଉନସୁଗର ରାଜ୍ୟକୁ କିପରି ଆସିଲା ଓ ରାଜ୍ୟ ବାହାରର ଅପରାଧୀଙ୍କ ସହ ଲିଙ୍କ ନେଇ ପୋଲିସ ଅନୁସନ୍ଧାନ ଚଳାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.