ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରଥଯାତ୍ରା ସମୟରେ ଏସଓପି ଓ କଟକଣା ଉଲଘଂନ କରିବା ଅଭିଯୋଗରେ ଗତକାଲି ପୁରୀ ବଡଦାଣ୍ଡର ବଳଗଣ୍ଡି ଛକରେ ଥିବା ଗଙ୍ଗା ଲଜକୁ ସିଲ୍ କରିବା ପରେ ଆଜି ଅକ୍ଷୟ ପାତ୍ର ଫାଉଣ୍ଡେସନ କୋଠାକୁ କର୍ଫ୍ୟୁ ଉଲଙ୍ଘନ ଅଭିଯୋଗରେ ସିଲ୍ କରିଛି ଜିଲ୍ଲା ପ୍ରଶାସନ କ୍ଷ ବାହାର ଲୋକଙ୍କୁ ଲଜରେ ରଖିବା ସହ ଛାତ ଉପରେ ଓ ବାଲକୋନୀରେ ରହି ରଥ ଦେଖିବା ଅଭିଯୋଗରେ ସିଲ୍ ହେଲା ଲଜ୍ ଓ ଅକ୍ଷୟ ପାତ୍ର ଫାଉଣ୍ଡେସନ କ୍ଷ ଗୁରୁବାର ଉପଜିଲ୍ଲାପାଳ ଓ ପୋଲିସ ଅଧିକାରୀ ଅକ୍ଷୟ ପାତ୍ର ଫାଉଣ୍ଡେସନରେ ପହଞ୍ଚି କୋଠାକୁ ସିଲ୍ କରିବା ସହ ଗତକାଲି ସନ୍ଧ୍ୟାରେ ପୁରୀ ତହସିଲଦାର ଓ କୁମ୍ଭାରପଡା ଥାନା ପୋଲିସ ଗଙ୍ଗା ଲଜକୁ ସିଲ୍ କରିଥିଲେ। ରଥଟଣା ସମୟରେ କିଛି ଭକ୍ତ ରହି ରଥାରୂଢ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଦେବୀ ସୁଭଦ୍ରାଙ୍କର ଦର୍ଶନ କରୁଥିଲେ। ଏହି ସମୟରେ ପୋଲିସ ମନା କରିଥିଲେ ମଧ୍ୟ ତାକୁ ଭୃକ୍ଷେପ କରିନଥିଲେ ଯାହାକୁ ନେଇ ଆଜି କାର୍ୟନୁଷ୍ଠାନ ନିଆଯାଇଛି ଏବଂ ସିଲ କରାଯାଇଛି।
ସେପଟେ ବଡଦାଣ୍ଡର ଉଭୟପାର୍ଶ୍ୱରେ ଯୋଉ ବ୍ୟକ୍ତିବିଶେଷଙ୍କ ଘର ରହିଛି ଓ ଯୋଉମାନେ ରଥଟଣା ସମୟରେ ଘରର ଛାତ ଓ ବାଲକୋନି ଉପରେ ରହି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ସେମାନଙ୍କ ଉପରେ ମଧ୍ୟ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ସେପଟେ କଟକଣା ଉଲଙ୍ଘନକାରୀଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବା ସହ ଆଗକୁ ଏହି ଅଭିଯାନ ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। ଅନ୍ୟପଟେ ରଥଯାତ୍ରାରେ କୋଭିଡ୍ କଟକଣା ଉଲଙ୍ଘନ ଅଭିଯୋଗରେ ୧୦ ଜଣଙ୍କୁ ଚିହ୍ନଟ କରିଛି ଜିଲ୍ଲା ଓ ପୋଲିସ ପ୍ରଶାସନ। ଏହା ସହିତ ଦୁଇ ଇସକନ ଭକ୍ତ ଅତୁଲ କୃଷ୍ଣ ଓ ଗୋବିନ୍ଦ କୃଷ୍ଣ ମଧ୍ୟ ପୋଲିସ ରାଡ଼ାରରେ ଅଛନ୍ତି । ଉଭୟ ନିଜ ସୋସିଆଲ ମେଡିଆ ଆକାଉଣ୍ଟରେ ରଥଯାତ୍ରା ଫୋଟୋ ଶେୟାର କରିଥିଲେ।