fbpx

କରୋନା ଟିକା ନେବା ପରେ ସଂକ୍ରମିତ ହୋଇଥିବା ୮୬ ପ୍ରତିଶତଙ୍କ ଠାରେ ଚିହ୍ନଟ ହେଲା ଡେଲଟା ଭାରିଆଣ୍ଟ, ଆଇସିଏମଆରର ଖୁଲାସା

ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ଦ୍ୱିତୀୟ ଲହରର ପ୍ରକୋପ କ୍ରମଶଃ କମି କମି ଆସୁଥିବା ବେଳେ ତୃତୀୟ ଲହରକୁ ନେଇ ସତର୍କ ଦେଇସାରିଛନ୍ତି ବିଶେଷଜ୍ଞ । ବର୍ତ୍ତମାନ ସରକାର ଟିକାକରଣ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରୁଛନ୍ତି । ଇତି ମଧ୍ୟରେ ଆଇସିଏମଆର୍ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରୁ ପରଦା ହଟାଇଛି । ମିଡିଆ ରିପୋର୍ଟ ଅନୁସାରେ, କରୋନା ଭାକସିନ୍ ଲଗାଇବା ପରେ ଯେଉଁ ମାନେ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଡେଲଟା ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି ।

ଏହି ରିସର୍ଚ୍ଚରେ ଅନେକ ଆଶ୍ଚର୍ଯ୍ୟ କରିବା ପରି ତଥ୍ୟ ସାମନାକୁ ଆସିଛି । ଯେଉଁ ଲୋକାମାନେ କରୋନା ଭାକସିନ୍ ନେଇ ସାରିଛନ୍ତି ସେମାନଙ୍କର ମୃତ୍ୟୁହାର ଖୁବ୍ କମ୍ ରହିଛି । ତେବେ ଏହି ଅଧ୍ୟୟନ ୬୭୭ ଲୋକଙ୍କ ଠାରେ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୭୧ ଜଣ କୋଭାକ୍ସିନ୍ ନେଇଥିବା ବେଳେ ବାକି ୬୦୪ ଜଣ କୋଭିସିଲ୍ଡ ଟିକା ନେଇଛନ୍ତି । ସେହିପରି ଅନ୍ୟ ଦୁଇଜଣ ଚୀନର ସିନୋଫାର୍ମ ଟିକା ନେଇଥିଲେ । ଅଧ୍ୟୟନରୁ ଜଣାଗଲା ଯେ, ଏମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି ।

ତେବେ ଅନ୍ୟପଟେ ଟିକାର ଦୁଇଟି ଡୋଜ୍ ଟିକା ନେଇଥିବା ଲୋକମାନେ ଯେଉଁ ମାନେ କୋଭିଡ୍ ରୁ ସୁସ୍ଥ ହେବା ପରେ ପୁଣିଥରେ ସଂକ୍ରମିତ ହୋଇଥିବା ୮୬.୦୯ ପ୍ରତିଶତ ଡେଲଟା ଭାରିଆଣ୍ଟ୍ ର ବି.୧.୬୧୭.୨ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୯.୮ ପ୍ରତିଶତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାପରି ସ୍ଥିତି ଦେଖିବାକୁ ମିଳିଥିଲେ । ସେହିପରି ୦.୪ ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.