fbpx

ଉତ୍ତର କୋରିଆର ନୂଆ କାନୁନ୍, ଏହି କାମ କଲେ ହେବ ମୃତ୍ୟୁ ଦଣ୍ଡ, ଜାଣନ୍ତୁ କ’ଣ ଏହି ଆଇନ…

ନୂଆଦିଲ୍ଲୀ: ଉତ୍ତର କୋରିଆରେ ଏକଛତ୍ରବାଦୀ ଶାସନ ପାଇଁ ଚର୍ଚ୍ଚିତ କିମ୍ ଜଙ୍ଗ୍ ଉନ୍ ନିଜ ଦେଶରେ ନିୟମକୁ ଆହୁରି କଡ଼ାକଡ଼ି କରିଛନ୍ତି । ଉତ୍ତର କୋରିଆରେ ନିକଟରେ ଏକ ନୂଆ ବିଲ୍ ପାସ୍ ହୋଇଛି । ଏହି ବିଲ୍ ଅନୁଯାୟୀ କୌଣସି ବ୍ୟକ୍ତି ଯଦି ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନ ମିଡିଆ ସହ ଜଡ଼ିତ କୌଣସି ତଥ୍ୟ ସେୟାର କରୁଥାନ୍ତି, ତା’ହେଲେ ତାଙ୍କୁ ମୃତ୍ୟୁ ଦଣ୍ଡ ହୋଇପାରେ ।

ଦକ୍ଷିଣ କୋରିଆରେ ପ୍ରଚଳିତ ଆପତ୍ତିଜନକ ଶବ୍ଦ ଏବଂ ସାଧାରଣରେ ବ୍ୟବହାର ହେଉଥିବା ଶବ୍ଦକୁ ଉତ୍ତର କୋରିଆରେ ବ୍ୟବହାର ଉପରେ ମଧ୍ୟ ବ୍ୟାନ୍ ଲଗାଯାଇଛି । ଦକ୍ଷିଣ କୋରିଆର ହେୟାରଷ୍ଟାଇଲ ତଥା ବିଦେଶୀ ଫ୍ୟାସନ୍ ପୂର୍ବରୁ ହିଁ ବ୍ୟାନ୍ ହୋଇସାରିଛି । ଏଠାରେ ଲୋକଙ୍କୁ କୁହାଯାଇଛି ଯେ ଉତ୍ତର କୋରିଆର ଭାଷା ହିଁ ସର୍ବଶେଷ୍ଠ ଏବଂ ସେମାନଙ୍କୁ ଦକ୍ଷିଣ କୋରିଆର ଭାଷା ବ୍ୟବହାର ପାଇଁ ମୃତ୍ୟୁ ଦଣ୍ଡ ହୋଇପାରେ । କିମ୍ ଜଙ୍ଗ୍ ଉନ୍ ଏହା ମଧ୍ୟ ଘୋଷଣା କରିଛନ୍ତି ଯଦି କୌଣସି ବ୍ୟକ୍ତି ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନ ମିଡିଆକୁ ଅନୁସରଣ କରିବେ ତେବେ ତାଙ୍କୁ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ ।

ଉତ୍ତର କୋରିଆ ଉତ୍ତର କୋରିଆର ଜନୈକ ସମ୍ବାଦପତ୍ରରେ ଦକ୍ଷିଣ କୋରିଆ ବିରୋଧରେ ଏକ ଖବର ପ୍ରକାଶ ପାଇଛି ଯେଉଁଥିରେ କୁହାଯାଇଛି ଦକ୍ଷିଣ କୋରିଆର ପପ୍ କଲ୍ଚର ହେଉଛି ଉତ୍ତର କୋରିଆ ପାଇଁ ବିପଦ । ରଙ୍ଗ ବେରଙ୍ଗ କପଡ଼ା ପିନ୍ଧିଥିବା ଏହି ଲୋକ ଆମ ସଂସ୍କୃତିକୁ ନଷ୍ଟ କରିବାକୁ ଚାହୁଁଛନ୍ତି । ଏମାନେ ବନ୍ଧୁକଧାରୀଙ୍କ ଠାରୁ ମଧ୍ୟ ଅଧିକ ଭୟଙ୍କର ।

ୟୁନିଭର୍ସିଟି ଅଫ ନର୍ଥ କୋରିଆନ ଷ୍ଟଡୀଜର ପ୍ରୋଫେସର ୟାଙ୍ଗ ମୁ-ଜିନ କହିଛନ୍ତି କିମ୍ ଜଙ୍ଗ୍ ଉନ୍ ନିଜେ ସ୍ୱିଜରଲାଣ୍ଡରେ ପଢ଼ିଛନ୍ତି ସେ ଜାଣିଛନ୍ତି କୋରିଆନ ପପ୍ ମ୍ୟୁଜିକ ଏବଂ ବିଦେଶର କଲ୍ଚର ବିଷୟରେ ଯାହା ଖୁବ ସହଜରେ ଉତ୍ତର କୋରିଆର ଯୁବକଙ୍କୁ ପ୍ରଭାବିତ କରିପାରେ । ଯାହା ଯୋଗୁଁ କିମଙ୍କ ଶାସନ ଉପରେ ନକରାତ୍ମକ ପ୍ରଭାବ ପଡ଼ିପାରେ । ଯୁବକମାନେ ଆନ୍ଦୋଳନ କରିପାରନ୍ତି । ଏହି କାରଣରୁ କିମ୍ ଜଙ୍ଗ୍ ଉନ୍ ଅନ୍ୟ ଦେଶର ପପ୍ କଲଚର, ମ୍ୟୁଜିକ ଏବଂ ମିଡିଆକୁ ନିଜ ଦେଶରେ ପ୍ରଚଳିତ ହେବାକୁ ଦେବା ପାଇଁ ଚାହୁନାହଁନ୍ତି ।

Get real time updates directly on you device, subscribe now.