fbpx

ପର୍ଣ୍ଣ ଦେଖିଲେ ଶରୀରରେ ହୋଇଥାଏ ସାଙ୍ଘାତିକ କ୍ଷତି, ସେକ୍ସ ଲାଇଫ୍ ବି ହୋଇପାରେ ନଷ୍ଟ

ଇଣ୍ଟରନେଟ ସୁବିଧା ଯୋଗୁଁ ଲୋକମାନେ ଅନେକ ତଥ୍ୟ ପାଉଥିବା ବେଳେ କେତେକ ଏହାକୁ ଖରାପ ମାଧ୍ୟମରେ ମଧ୍ୟ ବ୍ୟବହାର କରୁଛନ୍ତି । ଅଶ୍ଳୀଳ ବିଷୟବସ୍ତୁ ପାଖକୁ ପହଞ୍ଚିବା ଯୁବପୀଢ଼ିଙ୍କ ପାଇଁ ସହଜ କରିଛି ଇଣ୍ଟନେଟ୍ । ପ୍ରୋନୋଗ୍ରାଫି ସମ୍ପର୍କକୁ ନଷ୍ଟ କରିବା ସହିତ ଶରୀରକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । କେବଳ ଏତିକି ନୁହେଁ, ଏହା ଆପଣଙ୍କ ବ୍ୟବହାର ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ପର୍ଣ୍ଣ ଦେଖିବା ଦ୍ୱାରା ଶରୀରରେ କ’ଣ କ୍ଷତି ହୋଇଥାଏ….

ଏହା ଇରେକ୍ଟାଇଲ୍ ଡିସଫଙ୍କସନର କାରଣ ହୋଇପାରେ । ଏହା ସହ ସେକ୍ସ ଲାଇଫକୁ ନଷ୍ଟ କରିବାରେ ଏକ କାରଣ ହୋଇପାରେ । ଏହି ତଥ୍ୟ ଅନେକ ଅଧ୍ୟୟନରୁ ପ୍ରମାଣିତ ହୋଇଛି । ଏକ ଅଧ୍ୟୟନ ଅନୁସାରେ, ପର୍ଣ୍ଣ ଦେଖୁଥିବା ପୁରୁଷଙ୍କ ପାଇଁ ଏହା ଅତ୍ୟନ୍ତ କ୍ଷତିକାରକ । ଏପରି ପରିସ୍ଥିତିରେ ଅନେକ ଥର ପୁରୁଷମାନେ ଏହାକୁ ଦେଖିବାରେ ଅଭ୍ୟସ୍ତ ହୁଅନ୍ତି ।

ଫଳରେ ଏହା ଲୋକଙ୍କ ବିଫଳତାର କାରଣ ସାଜିଥାଏ । ଶିକାର ହେଉଥିବା ଜଣେ ବ୍ୟକ୍ତି ଭାବରେ ତାର ବିକାଶ ଓ କ୍ଷମତା ଉପରେ ବି ଏହାର ପ୍ରଭାବ ପଡ଼ିଥାଏ । ଅନେକଥର ପର୍ଣ୍ଣ ଦେଖୁଥିବା ଲୋକଙ୍କୁ ଦୁଷ୍କର୍ମ ଓ ଯୌନ ହିଂସା ଭଳି ଅପରାଧ କରିବାକୁ ଉତ୍ସାହିତ କରିଥାଏ । ଅନେକ ରିସର୍ଚ୍ଚରୁ ସାମ୍ନାକୁ ଅସିଛି ଯେ, ସେକ୍ସୁଆଲ ଆଗ୍ରେସିଭ ଓ ବହୁତ ପର୍ଣ୍ଣ ଦେଖୁଥିବା ଲୋକଙ୍କ ମଧ୍ୟରେ ଅପରାଧ କରିବାର ସମ୍ଭାବନା ଅଧିକ ରହିଥାଏ ।

Get real time updates directly on you device, subscribe now.