fbpx

ଅନୁପ ସାଏଙ୍କ ଗିରଫ ମାମଲା, ଓଡ଼ିଶା ଆସିବ ଛତିଶଗଡ଼ ପୋଲିସ

ଭୁବନେଶ୍ୱର, ୧୫ା୨(ଓଡ଼ିଶା ଭାସ୍କର): ଡବଲ ମର୍ଡ଼ର ମାମଲାରେ ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏ ଗିରଫ ହୋଇଥିଲେ । ଏହି ଘଟଣାରେ ହତ୍ୟାକାଣ୍ଡର ଖୋଳତାଡ଼ ପାଇଁ ଓଡ଼ିଶା ଆସିବ ଛତିଶଗଡ଼ ପୋଲିସ । ଛତିଶଗଡ଼ର ୩ଟି ଟିମ୍ ପର୍ଯ୍ୟାୟକ୍ରମେ ଓଡ଼ିଶା ଆସିବ । ଛତିଶଗଡ଼ ପୋଲିସର ୩ଟି ଟିମ୍ ବିଭିନ୍ନ ସ୍ଥାନ ବୁଲି ଯାଞ୍ଚ କରିବା ନେଇ ସୂଚନା ରହିଛି । ସେହି ହତ୍ୟାକାଣ୍ଡର ସମ୍ପୃକ୍ତି ନେଇ ଛତିଶଗଡ଼ ପୋଲିସ ଅଧିକ ତଦନ୍ତ କରିବ । ଓଡ଼ିଶା ଆସିବା ନେଇ ଛତିଶଗଡ଼ ରାୟଗଡ଼ ଏସପି ସୂଚନା ଦେଇଛନ୍ତି ।
ଉଲ୍ଳେଖଯୋଗ୍ୟ ଯେ ଗତ ୧୩ତାରିଖ ଦିନ ଡ଼ବଲ ମର୍ଡ଼ର ମାମଲାରେ ଅନୁପ ସାଏଙ୍କୁ ଗିରଫ କରିଥିଲା ଛତିଶଗଡ଼ ପୋଲିସ । ଅନୁପ ସାଏ କରିଥିବା ହତ୍ୟା ପଛର ରହସ୍ୟ ଖୋଲିଥିଲେ ଛତିଶଗଡ଼ ରାୟଗଡ଼ ଏସପି ସନ୍ତୋଷ ସିଂ । ଗତ ୧୩ତାରିଖ ଦିନ ଅନୁପ ସାଏଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିବା ପରେ ସେ ମର୍ଡ଼ର କରିଥିବା ନେଇ ମାନିଥିଲେ ବୋଲି ଗତକାଲି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.