fbpx

ଗୁଣ୍ଟୁର ମୃତକଙ୍କ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର(ଓଡିଶା ଭାସ୍କର): ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ଥିବା ଏକ ମାଛ ଫ୍ୟାକ୍ଟ୍ରିରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଣୁପୁରର ଛଅ ଶ୍ରମିକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଆଜି ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେମାନେ ଆଜି ଫ୍ୟାକ୍ଟ୍ରିରେ କାମ କରୁଥିବା ସମୟରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ପ୍ରାଣ ହରାଇଛନ୍ତି ।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ରାମ୍ପେଲିରେ ଥିବା ଏକ ମାଛ ଫ୍ୟାକ୍ଟ୍ରିରେ ଓଡ଼ିଶାର କେତେକ ଶ୍ରମିକ କାମ କରୁଥିଲେ । କିନ୍ତୁ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ରାୟଗଡ଼ା ଗୁଣପୁର ଅଞ୍ଚଳର ୬ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ତରାମାଳର ୩, ଫୁଲଫୁଟିରୁ ୩ ଏବଂ ଜଣେ ଗୁଣପୁରର ଶ୍ରମିକ ରହିଥିବା ଜଣାପଡ଼ିଛି । ଏହି ସୂଚନା ଜଣାପଡ଼ିବା ପରେ ସମ୍ପୃକ୍ତ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।

Get real time updates directly on you device, subscribe now.