fbpx

ହାପି ବର୍ଥଡେ ସୀତା; ମୃଣାଲଙ୍କୁ ଏମିତି ୱିସ୍ କଲେ ଦୁଲକର

ମୁମ୍ବାଇ: ୨୯ ବର୍ଷରେ ପାଦ ଦେଇଛନ୍ତି ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର । ଏହି ଅବସରରେ ମାଲାୟଲମ୍ ସୁପରଷ୍ଟାର ତଥା ବଲିଉଡ ଫିଲ୍ମ ଜୋୟା ଫ୍ୟାକ୍ଟରର ଷ୍ଟାର ଦୁଲକର ସଲମାନ ତାଙ୍କୁ ୱିସ୍ ମଧ୍ୟ କରିଛନ୍ତି । ମୃଣାଲଙ୍କୁ ହାପି ବର୍ଥଡେ ସୀତା ବୋଲି କହି ଦୁଲକର ଶୁଭେଚ୍ଛା ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମୃଣାଲ ନିଜ ତେଲୁଗୁ ପଦାର୍ପଣରେ ଦୁଲକରଙ୍କ ବିପକ୍ଷରେ ଅଭିନୟ କରିବାକୁ ଯାଉଛନ୍ତି । ତୁଫାନ ଅଭନେତ୍ରୀ ମୃଣାଲଙ୍କ ଚରିତ୍ରର ନାମ ସୀତା ରହିଛି । ମୃଣାଲଙ୍କ ଜନ୍ମଦିନ ଅବସରରେ ଫିଲ୍ମରେ ମୃଣାଲଙ୍କ ଚରିତ୍ରର ଫାଷ୍ଟ ଲୁକ ମଧ୍ୟ ରିଲିଜ ହୋଇଛି । ଗର୍ବର ସହିତ ସୀତାଙ୍କୁ ଆପଣଙ୍କ ସାମ୍ନାକୁ ଆଣୁଛି । ସୀତାଙ୍କୁ ଜନ୍ମଦିନର ଅନେକ ଅଭିନନ୍ଦନ । ତୁମେ ସର୍ବଦା ଅନ୍ୟ ମାନଙ୍କ ହୃଦୟ ଜିତିବାରେ ସଫଳ ହେବ । ଦିନ ଏବଂ ବର୍ଷ ତୁମ ପାଇଁ ସଫଳ ରହୁ । ଏଭଳି ଟ୍ୱିଟ କରି ମୃଣାଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଦୁଲକର ।

ଫାଷ୍ଟ ଲୁକ୍ ରିଲିଜ ଅବସରରେ ମୃଣାଲଙ୍କୁ ଏମିତି ଶୁଭେଚ୍ଛା ଜଣାଇଛନ୍ତି ଦୁଲକର ସଳମାନ । ହନୁ ରଘୁଭାପୁଡିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦୁଲକର ଜଣେ ଆର୍ମି ଅଫିସର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଫାଷ୍ଟ ଲୁକରେ ଦୁଲକର ଏକ କ୍ୟାମେରାରେ ମୃଣାଲଙ୍କ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି । କ୍ୟାମେରାକୁ ଦେଖିଲେ ଫିଲ୍ମଟି ୮୦ ଅଥବା ୯୦ ଦଶକର ପୃଷ୍ଠଭୂମି ଉପରେ ଆଧାରିତ ରହିବ ବୋଲି ଜଣାପଡିଛି । କଶ୍ମୀରରେ ଫିଲ୍ମର ଅର୍ଦ୍ଧାଧିକ ଭାଗର ଶୁଟିଂ ମଧ୍ୟ ଶେଷ ହୋଇଥିବା ଜଣା ପଡିଛି । ଜୁଲାଇ ୨୮ରେ ଦୁଲକରଙ୍କ ୩୫ ତମ ଜନ୍ମଦିନରେ ତାଙ୍କ ଚରିତ୍ରର ଫାଷ୍ଟଲୁକ୍ ରିଲିଜ କରାଯାଇଥିଲା । ଫିଲ୍ମର ନାମ ଚୟନ ହୋଇ ନଥିବା ବେଳେ ଖୁବ ଶୀଘ୍ର ନାମ ଚୟନ କରାଯିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.