fbpx

ଲଞ୍ଚ ହେଲା Infinix Smart 5A, ବଜେଟରେ ରହିଛି ଆକର୍ଷଣୀୟ ଫିଚର

ସ୍ମାର୍ଟଫୋନ କମ୍ପାନୀ Infinix ଭାରତରେ ଏହାର ବଜେଟ ସ୍ମାର୍ଟଫୋନ Infinix Smart 5A ଲଞ୍ଚ କରିଛି । ଏହାକୁ କମ୍ପାନୀର Infinix Smart 5 ର ଲାଇଟ ଭାରିଆଣ୍ଟ କୁହାଯାଇପାରେ  । ଫୋନର ଦାମ ୬,୫୦୦ ଟଙ୍କା ରହିଛି । ଏଥିରେ ଡୁଆଲ ରିୟର କ୍ୟାମେରା ଏବଂ 5000 mAh ବ୍ୟାଟେରୀ ଭଳି ସୁବିଧା ରହିଛି ।

ଜାଣନ୍ତୁ କ’ଣ ରହିଛି ଏହାର ବିଶେଷ ଫିଚର୍ସ:

Infinix Smart 5A ଫୋନ ରେ 6.5 Inch TearDrop Notch Display ଦିଆଯାଇଛି । ଏହି Display HD+ ରେଜୋଲ୍ୟୁସନ ସହ ରହିଛି । ଫୋନରେ 3 GB RAM ରାମ ଏବଂ 32 GB ଷ୍ଟୋରେଜ ରହିଛି, ଏବଂ ଏଥିରେ MediaTek Helio A20 ପ୍ରୋସେସର ରହିଛି । ଫୋନର ଷ୍ଟୋରେଜକୁ ମେମୋରୀ କାର୍ଡ ସାହଯ୍ୟରେ ମଧ୍ୟ ବଢ଼ାଯାଇପାରିବ । ଇନଫିନିକ୍ସର ଏହି ଏଣ୍ଟ୍ରି ଲେଭଲ ସ୍ମାର୍ଟଫୋନରେ ରିୟର ଫିଙ୍ଗରଫ୍ରିଣ୍ଟ ଏବଂ AI ଫେସ ଅନଲକର ଫିଚର ଦିଆଯାଇଛି ।

ଡିଭାଇସରେ ଡୁଆଲ କ୍ୟାମେରା ସେଟଅପ ରହିଛି । 13MP ର ପ୍ରାଇମେରୀ କ୍ୟାମେରା ଏବଂ 2 MP ର ଡେପ୍ଥ ସେନ୍ସର ରହିଛି । ଏହା ସହ ସେଲ୍ଫି ପାଇଁ ଫୋନରେ 8 MP ର ଫ୍ରଣ୍ଟ କ୍ୟାମେରା ରହିଛି । ସ୍ମାର୍ଟଫୋନ ରେ 5000 mAh ର ବ୍ୟାଟେରୀ ଦିଆଯାଇଛି, ଯେଉଁଥିରେ 10W ଚାର୍ଜିଂ ସପୋର୍ଟ ସୁବିଧା ମଧ୍ୟ ରହିଛି । ଫୋନରେ ଡୁଆଲ 4G,Wi-fi, GPS, DTS Surround Sound ଏବଂ ୩.୫୫ ଏମଏମ ଜ୍ୟାକ କନେକ୍ଟିଭିଟି ସହ ରହିଛି ।

Infinix Smart 5A କୁ ଭାରତରେ ଗୋଟିଏ ଭାରିଆଣ୍ଟରେ ଲଞ୍ଚ କରାଯାଇଛି । ଏହାର ଦାମ ୬,୪୯୯ ଟଙ୍କା ରହିଛି । ମିଡନାଇଟ ବ୍ଲାକ, ଓସେନ ୱେଭ ଏବଂ କ୍ୱେଟଜଲ ସିଆନରେ ଉପଲବ୍ଧ ହେବ । ଫୋନକୁ ଫ୍ଲିପକାର୍ଟରୁ ୯ ଅଗଷ୍ଟଠାରୁ କିଣିପାରିବେ ଗ୍ରାହକ ।

Get real time updates directly on you device, subscribe now.