ଶ୍ରୀନଗର : ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଜିଲ୍ଲାର ରଞ୍ଜିତ ସାଗର ଡ୍ୟାମ ନିକଟରେ ଖସି ପଡିଛିି । ଘଟଣାର ସୂଚନା ମିଳିବା ମାତ୍ରେ ଏନଡିଆରଏଫ ଦଳ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଜୁଟି ଯାଇଛନ୍ତି । ହେଲେ ଏ ପର୍ଯ୍ୟନ୍ତ କୌଣସି କ୍ଷୟ କ୍ଷତିର ସୂଚନା ମିଳି ନାହିଁ ।
Kathua, J&K: An Indian Army helicopter crashes near Ranjit Sagar Dam. Details awaited. pic.twitter.com/ULx3NTeIhD
— ANI (@ANI) August 3, 2021
ସେନା ସୂତ୍ର ଅନୁଯାୟୀ, ହେଲିକପ୍ଟରରେ ଥିବା ଦୁଇ ପାଇଲଟ୍ ସୁରକ୍ଷିତ ଅଛନ୍ତି । ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ଏହି ହେଲିକପ୍ଟର ପଞ୍ଜାବର ପଠାନକୋଟରୁ ଉଡାଣ ଭରିଥିଲା । ହେଲେ ପାଟ୍ରୋଲିଂ ସମୟରେ ଦୁର୍ଘଟଣାର ଶିକାର ହୋଇଛି ହେଲିକପ୍ଟର । କଠୁଆ ଜିଲ୍ଲାର ଅତିରିକ୍ତ ଏସପି ଆରଟି କୋଟବାଲଙ୍କ ଅନୁସାରେ, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଇଛନ୍ତି । ପାଣି ବୁଡାଳିଙ୍କୁ ମଧ୍ୟ ଡକାଯାଇଛି । ହେଲେ ହେଲିକପ୍ଟରରେ କେତେ ଜଣ ଥିଲେ ତାହା ଅଦ୍ୟାବଧି ଜଣା ପଡିନାହିଁ ।