fbpx

ଆମେରିକା ରକ୍ଷା ବିଭାଗ ପେଣ୍ଟାଗନ ନିକଟରେ ଗୁଳିମାଡ଼, ପେଣ୍ଟାଗନ ଅଧିକାରୀଙ୍କୁ ଛୁରୀ ମାରି ହତ୍ୟା

ନୂଆଦିଲ୍ଲୀ: ଆମେରିକା ରକ୍ଷା ବିଭାଗ ମୁଖ୍ୟାଳୟ ପେଣ୍ଟାଗନର ପ୍ରବେଶ ପଥ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି । ଏହି ସମୟରେ ପେଣ୍ଟାଗନ ପୋଲିସ ଅଫିସରଙ୍କୁ ଛୁରୀ ମାରି ହତ୍ୟା କରାଯାଇଛି । ହତ୍ୟାକାରୀ ମଧ୍ୟ ପୋଲିସ କର୍ମୀ ଦ୍ୱାରା ନିହତ ହୋଇଛନ୍ତି । ସେପଟେ ଘଟଣା ପେଣ୍ଟାଗନ ମୁଖ୍ୟାଳୟକୁ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା ।

ଆର୍ଲିଂଣ୍ଟନ କାଉଣ୍ଟୀ ଦମକଳ ବିଭାଗ କହିଛି ଯେ ଅନେକ ଲୋକ ଆହତ ହୋଇଛନ୍ତି କିନ୍ତୁ ସେମାନଙ୍କୁ ଗୁଳି ଲାଗିଛି କି ନାହିଁ ସେନେଇ ସ୍ପଷ୍ଟ ହୋଇନାହିଁ । ସେପଟେ ପେଣ୍ଟାଗନ ଏହି ଗୁଳିଚଳାନା ଏବଂ ପୋଲିସ କର୍ମଚାରୀଙ୍କ ହତ୍ୟା ମଧ୍ୟରେ ସମ୍ବନ୍ଧ ରହିଛି କି ନାହିଁ ସେ ବିଷୟରେ କୌଣସି ସୂଚନା ଦେଇନାହିଁ ।

ସୂଚନାଯୋଗ୍ୟ, ଘଟଣାସ୍ଥଳ ପେଣ୍ଟାଗନର ବଡ଼ ପ୍ରବେଶ ଦ୍ୱାର ଅଟେ । ଏଠାରେ ପ୍ରତିଦିନ ହଜାର ହଜାର ଲୋକ ଯା’ଆସ କରିଥାନ୍ତି । ଘଟଣା ପରେ ପେଣ୍ଟାଗନ ଅଞ୍ଚଳକୁ ସିଲ କରାଯାଇ ଲକଡାଉନ ଲଗାଯାଇଥିଲା ଯାହାକୁ ଏବେ ହଟାଇ ଦିଆଯାଇଛି ।

Get real time updates directly on you device, subscribe now.