fbpx

ନୀରଜଙ୍କ ବାପାଙ୍କୁ ମୁଣ୍ଡିଆ ମାରିଲେ ଗୃହମନ୍ତ୍ରୀ

ନୂଆଦିଲ୍ଳୀ: ଟୋକିଓ-୨୦୨୦ରେ ଭାରତ ପାଇଁ ଏକମାତ୍ର ସ୍ୱର୍ଣ୍ଣ ସହିତ ଆଥଲେଟିକ୍ସରେ ସ୍ୱର୍ଣ୍ଣିମ ଇତିହାସ ରଚିଥିବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ମାତାପିତାଙ୍କୁ ହରିୟାଣା ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଛି । ହରିୟାଣା ଗୃହମନ୍ତ୍ରୀ ଅନୀଲ ଭିଜ ନୀରଜଙ୍କ ମାତା ପିତାଙ୍କୁ ବିଜୟ ପରେ ସମ୍ମାନିତ କରିଥିଲେ । ଏହି ସମୟରେ ନୀରଜଙ୍କ ପିତାଙ୍କ ପାଦ ଛୁଇଁଥିଲେ ଅନୀଲ ଭିଜ ।

ଅନୀଲଙ୍କୁ ମନା କରିଥିଲେ ନୀରଜଙ୍କ ପିତା ସତୀଶ କୁମାର । ତେବେ ଦେଶକୁ ଗର୍ବିତ କରିଥିବା ବାଳକର ମାତା ପିତାଙ୍କ ଠାରୁ ଆଶୀର୍ବାଦ ନେଉଛନ୍ତି ବୋଲି ପ୍ରକାଶ କରିଥିଲେ ଅନୀଲ ଭିଜ । ଏହି ସମ୍ମାନ ପ୍ରଦାନକୁ ନେଇ ଆମେ ଅତ୍ୟନ୍ତ ଗର୍ବିତ ବୋଲି ପ୍ରକାଶ କରିଛନ୍ତି ସତୀଶ କୁମାର । ଏହା ସହିତ ସୋମବାର ନୀରଜ ପାନିପତରେ ପହଞ୍ଚିବେ ବୋଲି ସୂଚନା ଦେଇଛନ୍ତି ସତୀଶ କୁମାର ।

Get real time updates directly on you device, subscribe now.