fbpx

ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ‘ନିର୍ଭୟ’ର ସଫଳ ପରୀକ୍ଷଣ

ବାଲେଶ୍ୱର, (ଭାସ୍କର ନ୍ୟୁଜ୍‌): ବାଲେଶ୍ୱର ଜିଲ୍ଲାର ଚାନ୍ଦିୁରସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚ୍‌ ପ୍ୟାଡ଼ରୁ ବୁଧବାର ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ “ନିର୍ଭୟ’ର ସଫଳ ପରୀକ୍ଷଣ କରାଯାଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ବୁଧବାର ସକାଳ ୯ଟା ୫୩ ମିନିଟ୍‌ରେ ଉତ୍‌କ୍ଷେପଣ କରାଯାଇଥିଲା । ପରୀକ୍ଷା ସମୟରେ ସ୍ୱତନ୍ତ୍ର ଭାବେ ଲଗାଯାଇଥିବା ରାଡ଼ାର ମାଧ୍ୟମରେ ସଂଗୃହିତ ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରିଥିଲେ । ମିସାଇଲ୍‌ ନିର୍ଦ୍ଧାରିତ ବେଗରେ ସଠିକ୍‌ ସ୍ଥାନକୁ ଟାର୍ଗେଟ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.