fbpx

ମୁମ୍ବାଇରେ ଡେଲ୍ଟା ପ୍ଲସ ଭାରିଆଣ୍ଟର ପ୍ରଥମ ମୃତ୍ୟୁ, ସମ୍ପର୍କରେ ଆସିଥିବା ୨ ଲୋକ ବି ପଜିଟିଭି

ମୁମ୍ବାଇ: ମୁମ୍ବାଇରେ ଡେଲ୍ଟା ପ୍ଲସ ଭାରିଆଣ୍ଟ କାରଣରୁ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ମୁମ୍ବାଇର ଘାଟକୋପରରେ ଜଣେ ୬୩ ବର୍ଷୀୟ ମହିଳାଙ୍କର ଜୁଲାଇରେ ମୃତ୍ୟୁ ହୋଇଥିଲା । ଏବେ ତାଙ୍କ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ମୁତାବକ, ମହିଳାଙ୍କ ମୃତ୍ୟୁ ଡେଲ୍ଟା ପ୍ଲସ ଭାରିଆଣ୍ଟ ଯୋଗୁଁ ହୋଇଥିଲା । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ, ମହିଳା ଟିକାର ୨ଟି ଡୋଜ୍ ନେଇଥିଲେ ବି ଡେଲ୍ଟା ଭାରିଆଣ୍ଟ ଯୋଗୁଁ ତାଙ୍କର ମୃତ୍ୟୁ ହେଲା ।

ତେବେ ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ଡେଲ୍ଟା ଭାରିଆଣ୍ଟ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଥମ ମୃତ୍ୟୁ ୧୩ ଜୁନରେ ରତ୍ନଗିରିରେ ହୋଇଥିଲା, ଯେଉଁଠାରେ ଜଣେ ୮୦ ବର୍ଷୀୟା ମହିଳାଙ୍କ ନିଧନ ହୋଇଥିଲା । ୧୧ ଅଗଷ୍ଟରେ ମୁମ୍ବାଇରେ ଜଣେ ମହିଳାଙ୍କର ଡେଲ୍ଟା ଭାରିଆଣ୍ଟ ଯୋଗୁଁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା ।

Get real time updates directly on you device, subscribe now.