fbpx

ଥମୁନି ଧଳାଜହର କାରବାର, ଭଟତିରା ରେଲୱେ ଲେବୁଲ କ୍ରସିଂ ନିକଟରୁ ୭୦ଗ୍ରାମ ବ୍ରାଉନସୁଗର ଓ ବାଇକ୍ ଜବତ କଲା ପୁଲିସ, ୨ ଯୁବକ ଗିରଫ

ଭଦ୍ରକ (ଭାସ୍କର ନ୍ୟୁଜ୍‌): ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରୁ ଚୋରା ଚାଲାଣ ହୋଇ ଆସୁଥିବା ଧଳା ଜହର ରୂପୀ ବ୍ରାଉନସୁଗରକୁ କୌଶଳକରି ଯେତେ ଧରୁଥିଲେବି ତାହା ଥମିବାର ନାଁ ଗନ୍ଧ ଧରୁ ନାହିଁ । ଗତ ମାସକ ମଧ୍ୟରେ ପୋଲିସ ପ୍ରାୟ କୋଟିଏରୁ ଉର୍ଦ୍ଧ୍ୱ ମୂଲ୍ୟର ଏହି ବ୍ରାଉନସୁଗର ଧରିଥିବା ବେଳେ ଗତକାଲି ରାତି ପ୍ରାୟ ୨.୩୦ରେ ସାବରଙ୍ଗ ଥାନା ପୋଲିସ ଇଚ୍ଛାପୁର-ଭଟତିରା ରେଲୱେ ଲେବୁଲ କ୍ରସିଂ ନିକଟରେ ଜଳେଶ୍ୱରରୁ ୭୦ଗ୍ରାମ(୭ଲକ୍ଷ ଟଙ୍କା)ର ବ୍ରାଉନସୁଗରକୁ ଏକ ଧଳା ରଙ୍ଗର ବଜାଜ ଡିସ୍କଭର ବାଇକରେ ନେଇ ଆସୁଥିବା ଚରମ୍ପା ପଥରଡିହି ଗ୍ରାମର ବାବାଜୀ ଦାସଙ୍କ ପୁଅ ଅଭୟ(୩୫) ଓ ଗଂଜାମ ଜିଲ୍ଲାର ବୈଦ୍ୟନାଥପୁର ଥାନା ଲାଞ୍ଜିାଲି ଗ୍ରାମ ଇନ୍ଦିରା ନଗର ସେକେଣ୍ଡ ଲେନ ନି୍ୱାସୀ ସ୍ୱର୍ଗତ ସର୍ବେଶ୍ୱର ଆଚାର୍ଯ୍ୟଙ୍କ ପୁତ୍ର ସତ୍ୟନାରାୟଣ(୨୯)କୁ ଗିରଫ କରି ଉପରୋକ୍ତ ବ୍ରାଉନସୁଗର, ବାଇକ,୨ଟି ମୋବାଇଲ ସହ ୪ସହ ଟଙ୍କା ଜବତ କରିଛି । ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Get real time updates directly on you device, subscribe now.