fbpx

ଖୁବଶୀଘ୍ର ସାରା ଦେଶରେ ଲାଗିବ Pre-Paid Smart Meter: ଯେତିକି ବିଜୁଳି ବ୍ୟବହାର କରିବେ ସେତିକି ଅର୍ଥ ଦେବେ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଦେଶରେ ଲାଗିବାକୁ ଯାଉଛି ପ୍ରିପେଡ୍ ସ୍ମାର୍ଟ ମିଟର । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଅଧୀନରେ ଥିବା ସଂସ୍ଥାଗୁଡ଼ିକରେ ସ୍ମାର୍ଟ ମିଟର ଲଗାଇବା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହି ସ୍ମାର୍ଟ ମିଟର ଲାଗିବା ପରେ ବିଦ୍ୟୁତ ବଣ୍ଟନ କମ୍ପାନୀଗୁଡ଼ିକର ଆର୍ଥିକ ସମସ୍ୟାରେ ସୁଧାର ଆସିବା ସହ ବକେୟା ବିଲ୍ ସମସ୍ୟା ଦୂର ହେବ ବୋଲି କୁହାଯାଇଛି ।

ସାଧାରଣତଃ ପ୍ରିପେଡ୍ ମିଟର ପ୍ରିପେଡ୍ ମୋବାଇଲ ପରି କାର୍ଯ୍ୟ କରିଥାଏ । ଆପଣ ଯେତିବି ବିଦ୍ୟୁତ ଉପଯୋଗ କରିବେ, ସେତିକି ଅର୍ଥ ପ୍ରଦାନ କରିବେ । ବର୍ତ୍ତମାନ ଦେଶରେ କିଛି ସ୍ଥାନରେ ଏହି ମିଟର ଲାଗିସାରିଲାଣି । କେନ୍ଦ୍ର ସରକାରଙ୍କ ଦପ୍ତରଗୁଡ଼ିକରେ ପ୍ରିପେଡ୍ ମିଟର ଲାଗିବା ପରେ ଅନ୍ୟ ସ୍ଥାନରେ ଏହାକୁ ଲଗାଯିବ । ଦେଶର ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କ ଘରମାନଙ୍କରେ ଏହି ମିଟର ବସାଯିବ । ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି । ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗ ଗୁଡ଼ିକ ବିନା ବ୍ୟାଙ୍କ ଗ୍ୟାରେଣ୍ଟିରେ ପ୍ରିପେଡ୍ ମିଟର ପାଇଁ ଅଗ୍ରୀମ ଦେୟ ଦେବାକୁ କୁହାଯାଇଛି । ଏହି ବ୍ୟବସ୍ଥା ଦ୍ୱାରା ବିଦ୍ୟୁତ ବଣ୍ଟନ କମ୍ପାନୀଗୁଡ଼ିକର ଆର୍ଥିକ ସ୍ଥିରତା ଆସିବା ସହ ଶକ୍ତି ସଞ୍ଚୟ ହୋଇପାରିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ସହର ଓ ଗ୍ରାମାଞ୍ଚଳରେ ଥିବା ସ୍ଥାନୀୟ ସଂସ୍ଥା, ସରକାରୀ ବୋର୍ଡମାନଙ୍କରେ ଏହି ମିଟର ପ୍ରଥମେ ଲାଗିବ । ତେଣୁ ସରକାରୀ ବିଭାଗ ଏଥିପାଇଁ ବଜେଟ୍ ପ୍ରସ୍ତୁତ କରି ରଖିବା ସହ ବିଜୁଳି ସେବା ଉପଯୋଗ କରିବା ପରେ ବିଲ୍ ପ୍ରଦାନ କରିବାକୁ କୁହାଯାଇଛି । ପୂର୍ବରୁ ଅନେକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ଦ୍ୱାରା ବକେୟା ବିଲ୍, ପେମେଣ୍ଟରେ ବିଳମ୍ବ, କମ୍ ପେମେଣ୍ଟ ଆଦି ସମସ୍ୟା ଦେଖାଯାଉଥିଲା । ୨୦୨୦-୨୧ରେ ସରକାରୀ ବିଭାଗରେ ମୋଟ ୪୮ ହଜାର ୬୬୪ କୋଟି ଟଙ୍କାର ବିଜୁଳି ବିଲ୍ ବାକି ରହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ତେବେ ଆର୍ଥିକ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ସରକାର ଏହି ଯୋଜନାକୁ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.