fbpx

ଭାରତକୁ ବିପର୍ଯ୍ୟରୁ ଉଦ୍ଧାର କଲେ ଶାମି ଓ ବୁମରା

ଭାରତକୁ ବିପର୍ଯ୍ୟରୁ ଉଦ୍ଧାର କଲେ ଶାମି ଓ ବୁମରା ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତକୁ ଏକ ବଡ ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି ଜସପ୍ରୀତ ବୁମରା ଓ ମହମ୍ମଦ ଶାମି । ଭାରତର ଦୁଇ ପ୍ରାଇମ ପେସ ବୋଲର ଶାମି ଓ ବୁମରା ନିଜ ବୋଲିଂ ନୁହେଁ ବରଂ ବ୍ୟାଟିଂ କ୍ଷମତା ବଳରେ ଭାରତକୁ ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି । ଲର୍ଡସରେ ଅନୁଷ୍ଠିତ ଟେଷ୍ଟରେ ଅନ୍ତିମ ଦିନର ଖେଳରେ ଭାରତ ପ୍ରାରମ୍ଭରୁ ଋଷଭ ପନ୍ତ ଓ ଇଶାନ୍ତ ଶର୍ମାଙ୍କ ୱିକେଟ ହରାଇଥିଲା ।

ଭାରତ ଗତକାଲିର ସ୍କୋରରେ ମାତ୍ର ୨୩ ରନ ଯୋଡିବା ପରେ ଋଷଭ ପନ୍ତ ୨୨ ରନ୍ କରି ଆଉଟ ହୋଇଥିଲେ । ଏହାର ୧୫ ରନ୍ ମଧ୍ୟରେ ଇଶାନ୍ତ ଶର୍ମା(୧୬) ମଧ୍ୟ ପ୍ୟାଭିଲିୟନ ଫେରିଥିଲେ । ଓଲି ରବିନସନ ଦୁଇଟି ୱିକେଟ ଅକ୍ତିଆର କରି ଭାରତକୁ ଡବଲ ଝଟକା ଦେଇଥିଲେ । ଭାରତର ଅଗ୍ରଣୀ ୨୦୦ ରନରୁ କମ ରହିଥିବା ବେଳେ ଦଳ ଅଷ୍ଟମ ୱିକେଟ ହରାଇଥିଲା । ମହମ୍ମଦ ଶାମି ଓ ଜସପ୍ରୀତ ବୁମରା ୯ମ ୱିକେଟରେ ଅବିଭାଜିତ ୭୧ ରନ କରିବା ସହିତ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି । ଶାମି ଅପରାଜିତ ୫୨ ରନ କରିଥିବା ବେଳେ ବୁମରା ୩୦ ରନରେ ବ୍ୟାଟିଂ କରୁଛନ୍ତି । ଭାରତର ଅଗ୍ରଣୀ ୨୫୯ରେ ପହଞ୍ଚିଥିବା ବେଳେ ମ୍ୟାଚର ଫଳାଫଳ ବର୍ତ୍ତମାନ ଭାରତ ସପକ୍ଷରେ ରହିଛି ।

Get real time updates directly on you device, subscribe now.