fbpx

ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ କମୁଛି ମୋଦୀଙ୍କ ଲୋକପ୍ରିୟତା; ମମତା ଓ କେଜ୍ରିୱାଲଙ୍କୁ ୮ ପ୍ରତିଶତ ଭୋଟ

ନୂଆଦିଲ୍ଲୀ: ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଆସନ୍ତା ପ୍ରଧାନମନ୍ତ୍ରୀ ତାଲିକାରେ ମୋଦୀଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ବେଳେ ଅରବିନ୍ଦ କେଜ୍ରିୱାଲ ଏବଂ ମମତା ବାନାର୍ଜୀଙ୍କ ଲୋକପ୍ରିୟତା ବଢିଛି । ଏହି ତାଲିକାରେ ରହିଥିବା ନେତାଙ୍କ ତୁଳନାରେ ମୋଦୀ ଆଗୁଆ ରହିଥିଲେ ହେଁ ତାଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ସ୍ପଷ୍ଟ ହୋଇଛି । ଅଗଷ୍ଟ ୨୦୨୦ରେ ମୋଦୀଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ୬୬ ପ୍ରତିଶତ ଲୋକ ପସନ୍ଦ କରୁଥିବା ବେଳେ ଜାନୁୟାରୀ ୨୦୨୧ରେ ଏହା ୩୮ ପ୍ରତିଶତକୁ ହ୍ରାସ ପାଇଥିଲା । ଅନ୍ୟ ପକ୍ଷରେ ଚଳିତ ଅଗଷ୍ଟ ମାସରେ ଏହା ୨୪ ପ୍ରତିଶତକୁ ହ୍ରାସ ପାଇଛି । ୧୧ ପ୍ରତିଶତ ଲୋକ ଯୋଗୀ ଆଦିତ୍ୟ ନାଥଙ୍କୁ ପସନ୍ଦ କରୁଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ୧୦ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି ।

ଅନ୍ୟପକ୍ଷରେ ବିଗତ ଜାନୁୟାରୀରେ ମାତ୍ର ୫ ପ୍ରତିଶତ ଭୋଟ ପାଇଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ୮ ପ୍ରତିଶତ ଭୋଟ ମିଳିଛି । ମମତା ବାନାର୍ଜୀଙ୍କୁ ମଧ୍ୟ ସମାନ ୮ ପ୍ରତିଶତ ଭୋଟ ମିଳିଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ୭ ପ୍ରତିଶତ ଲୋକ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଥିବା ବେଳେ ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ୪ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ଇଣ୍ଡିଆ ଟୁଡେ ଗ୍ରୁପ ପକ୍ଷରୁ କାର୍ଭି ଇନସାଇଟସ ଏହି ସର୍ବେକ୍ଷଣ କରିଥିଲା । ଜୁଲାଇ ୧୦ରୁ ଜୁଲାଇ ୨୦ ୨୦୨୧ ମଧ୍ୟରେ ଏହି ସର୍ବେକ୍ଷଣ ହୋଇଥିଲା ।

Get real time updates directly on you device, subscribe now.