ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀଙ୍କୁ ନେଇ କାବୁଲରୁ ଉଡ଼ାଣ ଭରିବା ପରେ ଭାରତୀୟ ବାୟୁସେନାର ସି-୧୭ ମିବା ଗୁଜରାଟର ଜାମନଗରୀରେ ପହଞ୍ଚିଛି । ବିମାନରେ ପ୍ରାୟତଃ ୧୨୦ ଯାତ୍ରୀ ଉପସ୍ଥିତ ଥିବା ଜଣାପଡିଛି । ତାଲିବାନର ବଢ଼ୁଥିବା ବିପଦ ମଧ୍ୟରେ ଆଫଗାନିସ୍ତାନରେ ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀକୁ ବାହାର କରିବା ପ୍ରକ୍ରିୟା ସୋମବାର ରାତିରୁ ଆରମ୍ଭ ହୋଇଥିଲା । ରିପୋର୍ଟ ମୁତାବକ, ଭାରତୀୟ ବାୟୁସେନାର ବିମାନ ଆଜି ସକାଳେ କର୍ମଚାରୀ ଓ ସମସ୍ତ ଜରୁରୀ କାଗଜପତ୍ରକୁ ନେଇ ରାଜଧାନୀ କାବୁଲ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା ।
ସୂତ୍ରରୁ ମିଳିଥିବା ଖବର ମୁତାବକ, କାବୁଲରେ ବିଗୁଢ଼ୁଥିବା ପରିସ୍ଥିତି ମଧ୍ୟରେ ଭାରତୀୟ ଦୂତାବାସରେ ଗତକାଲିଠାରୁ କାମ ବନ୍ଦ ହୋଇଥିଲା । ଭାରତୀୟ କର୍ମଚାରୀ ବାହାରି ଆସିବା ପରେ ଦୂତାବାସର କାମକୁ ସ୍ଥାନୀୟ ଅଫଗାନ କର୍ମୀମାନଙ୍କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଥିଲା । ଅନ୍ୟପଟେ ବିୟୁସେନାର ସି-୧୭ ବିମାନଟି ଗୁଜରାଟରେ ପହଞ୍ଚିବା ପରେ ଭାରତୀୟଙ୍କୁ ଫୁଲମାଳ ଦେଇ ସ୍ୱାଗତ କରାଯାଇଥିଲା । ଜାମନଗରରେ ପହଞ୍ଚିବା ପରେ ଲୋକଙ୍କ ମୁହଁରୁ ବାହାରିଥିଲା, ‘ଭାରତ ମାତା କି ଜୟ’ ।
#WATCH | Evacuated Indians from Kabul, Afghanistan chant 'Bharat Mata Ki Jai' after landing in Jamnagar, Gujarat. pic.twitter.com/IqvESz79IO
— ANI (@ANI) August 17, 2021