fbpx

ରକ୍ଷାବନ୍ଧନରେ ଭଉଣୀକୁ ଦିଅନ୍ତୁ ମାତ୍ର ୧ ଟଙ୍କାର ଏହି ସରକାରୀ ସ୍କିମ୍ ଉପହାର, ମ୍ୟାଚୁରିଟିରେ ମିଳିବ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇଦା

ନୂଆଦିଲ୍ଲୀ: ରକ୍ଷାବନ୍ଧନରେ ସମସ୍ତେ ନିଜ ଭଉଣୀ ଓ ଝିଅକୁ କିଛି ନା କିଛି ଉପହାର ନିଶ୍ଚୟ ଦେଉଥିବେ । ହେଲେ ଏହି ରାଖୀରେ ଆପଣ ମାନେ ନିଜ ଭଉଣୀଙ୍କ ଭବିଷ୍ୟତକୁ ସଜାଡ଼ି ପାରିବେ । ଆମେ କହୁଛୁ ଏକ ସରକାରୀ ସ୍କିମ୍ ର । ଯେଉଁଥିରେ ପ୍ରତିଦିନ ମାତ୍ର ୧ ଟଙ୍କା ସଞ୍ଚୟରେ ଭବିଷ୍ୟତ ପାଇଁ ଏକ ବଡ଼ ଫଣ୍ଡ ଜୁଟାଇପାରିବେ । ତେବେ ଏହା ହେଉଛଇ ସରକାରୀ ସୁକନ୍ୟା ସମୃଦ୍ଧି ଯୋଜନା ।

ଏହି ସ୍କିମ୍ କୁ କେନ୍ଦ୍ର ସରକାର ବେଟି ବଚାଓ ବେଟି ପଢ଼ାଓ ସ୍କିମ୍ ଅଧୀନରେ ଲଞ୍ଚ କରାଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ଏହା ହେଉଛି ଛୋଟ ଯୋଜନା । ସୁକନ୍ୟା ସମୃଦ୍ଧି ଯୋଜନାରେ ମାତ୍ର ୨୫୦ ଟଙ୍କା ସହିତ ଆକାଉଣ୍ଟ ଖୋଲାଯାଇପାରିବ । ଯଦି ଆପଣ ପ୍ରତିଦିନ ୧ ଟଙ୍କା ସଞ୍ଚୟ କରୁଛନ୍ତି ତାହେଲେ ବି ଆପଣ ମାନେ ଏହି ଯୋଜନାର ଲାଭ ଉଠାଇପାରିବେ । ତେବେ ଏଥିରେ କୌଣସି ଗୋଟିଏ ଆର୍ଥିକ ବର୍ଷରେ ଅତି କମରେ ୨୫୦ ଟଙ୍କା ଜମା ହେବା ଜରୁରୀ । ଯେକୌଣସି ଆର୍ଥିକ ବର୍ଷରେ ୧.୫ ଲକ୍ଷରୁ ଅଧିକ ଟଙ୍କା ଆକାଉଣ୍ଟରେ ଜମା ହୋଇପାରିବ ନାହିଁ ।

ବର୍ତ୍ତମାନ ସୁକନ୍ୟା ସମୃଦ୍ଧି ଯୋଜନାରେ ୭.୬ ପ୍ରତିଶତ ହାରରେ ଆୟକର ଛାଡ ସହିତ ସୁଧ ଦିଆଯାଉଥିଲା । ଏହାପୂର୍ବରୁ ଏଥିରେ ୯.୨ ପ୍ରତିଶତ ପର୍ୟ୍ୟନ୍ତ ସୁଧ ମଧ୍ୟ ମିଳିସାରିଛି । ୮ ବର୍ଷ ପରେ ଝିଅର ଉଚ୍ଚଶିକ୍ଷା ପାଇଁ ଖର୍ଚ୍ଚ ପାଇଁ ରାଶିର ୫୦ ପ୍ରତିଶତ ପର୍ୟ୍ୟନ୍ତ ବାହାର କରାଯାଇପାରିବ ।

Get real time updates directly on you device, subscribe now.