fbpx
BSKY SKY
BSKY SKY

ବୁଧବାର ଠାରୁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ, କୋହଲି ବାହିନୀର ଅଭ୍ୟାସ ଆରମ୍ଭ

BSKY

ଲିଡ୍ସ: ବୁଧବାର ଠାରୁ ଅନୁଷ୍ଠିତ ହେବ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ କ୍ରିକେଟ ମ୍ୟାଚ । ଭାରତୀୟ ଦଳ ରବିବାର ଦିନ ଅଭ୍ୟାସ ଆରମ୍ଭ କରିଛନ୍ତି । ଟ୍ରେଣ୍ଟ ବ୍ରିଜରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ବିନା ଫଇସଲାରେ ସମାପ୍ତ ହୋଇଥିବା ବେଳେ ଲର୍ଡ୍ସରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟ ଲାଭ କରି ୧-୦ରେ ସିରିଜ ଅଗ୍ରଣୀ ହୋଇଛି । ସ୍ଥାନୀୟ ହେଡିଙ୍ଗଲେ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଟେଷ୍ଟରେ ଭାରତ ଦମଦାର ପ୍ରଦର୍ଶନ କରି ବିଜୟଧାରା ବଜାୟ ରଖିବାକୁ ପଡିବ ।ଭାରତୀୟ ଦଳ ଓପନର କେ ଏଲ ରାହୁଲ କହିଛନ୍ତି ଯେ ଦ୍ୱିତୀୟ ଟେଷ୍ଟ ପରି ତୃତୀୟ ଟେଷ୍ଟରେ ଯଦି ଇଂଲଣ୍ଡ ଦଳ ପୁଣି ଆମକୁ ଚିଡାଇବା ପାଇଁ ଚେଷ୍ଟା କରିବେ ,ତେବେ ଆମେ ମଧ୍ୟ ସଠିକ ଜବାବ ଦେବା ପାଇଁ ଦ୍ୱିଧା ପ୍ରକାଶ କରିବୁ ନାହିଁ ।

ସୂଚନା ଯୋଗ୍ୟ ଯେ ଦ୍ୱିତୀୟ ଟେଷ୍ଟର ପଞ୍ଚମ ଦିନ ଇଂଲଣ୍ଡ ବୋଲର ମାନେ ମହମଦ ସାମି ଓ ଯଶପ୍ରୀତ ବୁମରାଙ୍କୁ ଆଉଟ କରିବାରେ ବିଫଳ ହେବାରୁ ବିଭିନ୍ନ ପ୍ରକାର ବିରକ୍ତିକର କଥା କହି ସ୍ଲେଜିଂ କରିଥିଲେ । ମାତ୍ର ବୁମରା ଓ ସାମି ସେମାନଙ୍କୁ ଉଚିତ ଜବାବ ଦେଇ ଜୋରଦାର ବ୍ୟାଟିଂ କରିବା ପରେ ବୋଲିଂରେ କମାଲ ଦେଖାଇବା ଫଳରେ ଭାରତ ୧୫୧ ରନରେ ଏକ ବୃହତ ବିଜୟ ହାସଲ କରିଥିଲା । ଦ୍ୱିତୀୟ ଟେଷ୍ଟ ପରାଜୟ ପରେ ଇଂଲଣ୍ଡ ଦଳରେ କିଛି ଖେଳାଳିଙ୍କୁ ପରିବର୍ତ୍ତନ କରା ଯାଇ ସେମାନଙ୍କ ସ୍ଥାନରେ ନୂଆ ଖେଳାଳିଙ୍କୁ ସାମିଲ କରା ଯାଇଛି । ତିନି ବର୍ଷ ପରେ ପୁଣି ଇଂଲଣ୍ଡ ଦଳକୁ ଫେରିଛନ୍ତି ଟି- ୨୦ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ । ଭାରତ ବି କ୍ଷରେ ତିନି ବର୍ଷ ତଳେ ମାଲାନ ଖେଳିଥିଲେ ଶେଷ ଟେଷ୍ଟମ୍ୟାଚ ।

ସେହିପରି ବୋଲିଂ ଦିଗକୁ ଆହୁରି ମଜଭୁତ କରିବା ପାଇଁ ପେସ୍‌ ବୋଲର ସକିବ ମେହମୁଦଙ୍କ ମଧ୍ୟ ଇଂଲଣ୍ଡର ୧୫ ଜଣିଆ ଦଳରେ ସାମିଲ କରା ଯାଇଛି । ସକିବ ଏହି ସୁଯୋଗ ସହିତ ଆରମ୍ଭ କରିବେ ଟେଷ୍ଟ ଜୀବନ । ସକିବ ବର୍ତ୍ତମାନ ଇଂଲଣ୍ଡ ପାଇଁ ଦିନିକିଆ ଓ ଟି-୨୦ ଫର୍ମାଟ ଖେଳି ଆସୁଛନ୍ତି । ତେବେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ସଙ୍କେତ ମିଳିନାହିଁ ।

Get real time updates directly on you device, subscribe now.