fbpx

ରେଳ ଟିକେଟ୍ ବୁକ୍ କରିବା ପାଇଁ ଏହି ଡକ୍ୟୁମେଣ୍ଟ ଆବଶ୍ୟକ! IRCTC ପକ୍ଷରୁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର । ବର୍ତ୍ତମାନ ସୁଦ୍ଧା ଆପଣ IRCTC ଆକାଉଣ୍ଟରୁ ମାସରେ ୬ ଟିକେଟ୍ ବୁକ୍ କରିପାରିବେ, ଅଧିକ ଟିକେଟ୍ ବୁକ୍ କରିବା ପାଇଁ ଆପଣଙ୍କ ଆକାଉଣ୍ଟକୁ ଆଧାରକାର୍ଡ ସହ ଲିଙ୍କ କରିବାକୁ ପଡିଥାଏ । କିନ୍ତୁ ଏବେ ଟିକେଟ ବୁକିଂର ନିୟମରେ ପରିବର୍ତ୍ତନ କରାଯାଇଛି । ଏଣିକି ଗୋଟିଏ ଟିକେଟ୍ ପାଇଁ ବି ଆପଣଙ୍କୁ ଆଧାର ଡିଟେଲ୍ସ ଦେବାକୁ ପଡିବ ।

ଏଣିକି ରେଳବାଇର ଅନଲାଇନ୍ ଟିକେଟ୍ ବୁକି କରିବାକୁ ଚାହୁଁଥିଲେ, ଆପଣଙ୍କୁ IRCTC ଆପରେ ପ୍ୟାନ୍, ଆଧାର ବା ପାସପୋର୍ଟର ସୂଚନା ଦେବାକୁ ପଡିବ । ତେବେ ରେଳୱେ ଟିକେଟ୍ ଦଲାଲିଙ୍କୁ ଟିକେଟ୍ ବୁକିଂର ସିଷ୍ଟମରୁ ବାହାର କରିବାକୁ ଆଇଆରସିଟିସି ଏହି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । IRCTCର ଏକ ନୂଆ ସିଷ୍ଟମ ଉପରେ ଶୀଘ୍ର କାମ କରୁଛି, ଯେଉଁଥିରେ ଆପଣଙ୍କୁ ଆଧାର ଓ ପ୍ୟାନ ସହ ଲିଙ୍କ କରିବାକୁ ପଡିବ । ଆଇଆରସିଟିସିର ୱେବସାଇଟ୍ ବା ଆପ ଜରିଆରେ ଟ୍ରେନ୍ ଟିକେଟ୍ ବୁକ୍ କରିବାକୁ ଲଗଇନ୍ କଲେ ଆଧାର, ବ୍ୟାନ୍ ବା ପାସପୋର୍ଟ ନମ୍ବର ଦେବାକୁ ପଡିବ ।

Get real time updates directly on you device, subscribe now.