fbpx

ରମିଜ୍‌ ରାଜା ହେବେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଅଧ୍ୟକ୍ଷ

ଲାହୋର:ପୂର୍ବତନ କ୍ରିକେଟର ତଥା ଟିଭି ଭାଷ୍ୟକାର ରମିଜ ରାଜା ପାକିସ୍ତାନ କ୍ରିକେଟ ବୋର୍ଡର ନୂଆ ଅଧ୍ୟକ୍ଷ ପଦରେ ନିଯୁକ୍ତି ପାଇବେ । ଆଜି ପର୍ଯ୍ୟନ୍ତ ଇସାନ ମନି ଏହି ପଦରେ ଥିଲେ । ତେବେ ପାକିସ୍ତାନ କ୍ରିକେଟର ଖରାପ ପ୍ରଦର୍ଶନ ନେଇ ବାରମ୍ବାର ଅଭିଯୋଗ ହେବା ପରେ ଜଣେ ଦକ୍ଷ ବ୍ୟକ୍ତିଙ୍କୁ ଏହି ପଦରେ ଅବସ୍ଥାପିତ କରିବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟପାଟ୍ରନ ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଇଛା ପ୍ରକାଶ କରିଥିଲେ । ତେଣୁ ପୂର୍ବତନ ସାଥୀ ଖେଳାଳି ରମିଜ ରାଜାଙ୍କୁ ଗତ ୨୩ ତାରିଖ ଦିନ ଡାକି ଇମ୍ରାନ ଖାଁ କ୍ରିକେଟ ବୋର୍ଡର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏଥିରେ ସନ୍ତୁଷ୍ଟ ହୋଇ ଇମ୍ରାନ ଶେଷରେ ରାଜାଙ୍କୁ ନିଯୁକ୍ତି ଦେବା ପାଇଁ ସୁପାରିଶ କରିଥିଲେ ।

ସୂଚନା ଯୋଗ୍ୟ ଯେ ରାଜା ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଲେ । ଏହି ନୂଆ ଦାୟିତ୍ୱ ସମ୍ପର୍କରେ ରାଜା କହିଛନ୍ତି ଯେ, ପାକିସ୍ତାନ କ୍ରିକେଟକୁ ଆଗେଇ ନେବା ପାଇଁ ବରାବର ଚେଷ୍ଟା କରିବି । ରମିଜ ରାଜା ଦୁଇ ଦିନ ତଳେ କହିଥିଲେ ଯେ ପାକିସ୍ତାନ କ୍ରିକେଟ ଦଳର ପ୍ରଦର୍ଶନ ଅତି ଖରାପ ଗତି ଦେଇ ଚାଲିଛି । ତେଣୁ ପ୍ରଦର୍ଶନରେ ଉନ୍ନତି ନ ହେଲେ କୌଣସି ବୃହତ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଯୋଗ୍ୟତା ହାସଲ କରି ପାରିବ ନାହିଁ । ତେଣୁ ରାଜା ପାକିସ୍ତାନ କ୍ରିକେଟକୁ କିପରି ସଠିକ ମାର୍ଗରେ ପରିଚାଳିତ କରି ପାରିବେ ତାହା ଅପେକ୍ଷାର ବିଷୟ ।

Get real time updates directly on you device, subscribe now.