fbpx

ସିଙ୍ଗଡ଼ା ଖାଇବା ଚକ୍କରରେ ଟ୍ରାକରେ ଖସିପଡ଼ିଲେ, ଉପର ଚଢ଼ିଗଲା ଟ୍ରେନ୍; ତାପରେ ଯାହା ଘଟିଲା…

ବକ୍ସର: ଟ୍ରେନ୍ ରେ ଯାଉଥିବା ବେଳେ ହଠାତ୍ ଜଣେ ବ୍ୟକ୍ତିଙ୍କ ସିଙ୍ଗଡ଼ା ଖାଇବାକୁ ଇଛା ହେଲା । ଷ୍ଟେସନରେ ଯେତେବେଳେ ଟେନ୍ ଟି ଅଟକିଥିଲା । ସେ ଟ୍ରେନ୍ ରୁ ଓହ୍ଲାଇ ସିଙ୍ଗଡ଼ା ଖାଇବାକୁ ବାହାରକୁ ଯାଈଥିଲା । କିନ୍ତୁ ସିଙ୍ଗଡ଼ା ନେଇ ଟ୍ରେନ୍ ପାଖରେ ପହଞ୍ଚିବା ବେଳକୁ ଯାଆ ଘଟିଥିଲା । ତାହା ଆପଣ ମାନେ ଜାଣିଲେ ନିଶ୍ଚୟ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଚାଲନ୍ତୁ ଜାଣିବା ପୂରା ଘଟଣା କ୍ରମ ।

ସୂଚନା ଅନୁସାରେ, ବିହାରର ବକ୍ସର ରେଳ ଷ୍ଟେସନ୍ ରେ ଜଣେ ବ୍ୟକ୍ତିଙ୍କ ଉପରେ ସିଙ୍ଗଡ଼ା ଚକରରେ ଟ୍ରେନ୍ ଚଢ଼ିଗଲା । ତେବେ ଆପଣ ମାନେ ଜାଣିଲେ ତାଜୁବ୍ ହେବେ ଯେ, ଉକ୍ତ ବ୍ୟକ୍ତିଙ୍କର କୌଣସି ବି କ୍ଷତି ହୋଇନାହିଁ । ମାତ୍ର ଟିକେ ଖଣ୍ଡିଆ ହିଁ ହୋଇଛି । ତେବେ ଉକ୍ତ ବ୍ୟକ୍ତିି ଜଣକ ଅହମଦାବାଦ୍-ବରୌନୀ ଏକ୍ସପ୍ରେସ୍ ଯେତେବେଳେ ବକ୍ସର ଷ୍ଟେସନ୍ ରେ ଟ୍ରେନ୍ ଅଟକିବା ପରେ ସିଙ୍ଗଡ଼ା ଆଣିବାକୁ ବାହାରକୁ ଯାଇଥିଲେ । ସିଙ୍ଗଡ଼ା କିଣିବାପରେ ଯେତେବେଳେ ସେ ଟ୍ରେନ୍ ରେ ଚଢ଼ିବାକୁ ଆସିଲେ ସେହି ସମୟରେ ସେ ଟ୍ରେନ୍ ଟ୍ରାକରେ ପଡ଼ିଯାଇଥିଲେ । ସେତେବେଳକୁ ଟ୍ରେନ୍ ଖୁବ୍ ଜୋରରେ ଚାଲିବା ଆରମ୍ଭ କରିଥିଲା ।

ଏହିପରି ଏକ ବଡ଼ ଧରଣର ଘଟଣା ଘଟି ମଧ୍ୟ ତାଙ୍କର କୌଣସି ବି ବଡ଼ କ୍ଷତି ହୋଇନାହିଁ । ମାତ୍ର ଛୋଟ କ୍ଷତି ହିଁ ହୋଇଛି । ଏହାପରେ ସେ କିଛି ସମୟ ପାଇଁ ଷ୍ଟେସନ୍ ରେ ଆରାମ କରିବା ପରେ ଆଉ ଏକ ଟ୍ରେନରେ ବାହାରିଗଲା ।

Get real time updates directly on you device, subscribe now.