fbpx

ବଦଳିଲା ରାଜୀବ ଗାନ୍ଧି ନ୍ୟାସନାଲ୍ ପାର୍କର ନାଁ, ରଖାଗଲା….

ଦିଶପୁର: ଆସାମର ହିମନ୍ତ ବିଶ୍ୱ ଶର୍ମା ସରକାର ନ୍ୟାସନାଲ୍ ପାର୍କରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ନାଁ ହଟାଇବାର ନିଷ୍ପତି ନେଇଛନ୍ତି । ବୁଧବାର ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏବେ ଏହି ପାର୍କର ନାମ ଓରାଙ୍ଗ ନ୍ୟାସନାଲ୍ ପାର୍କ ରଖାଯାଇଛି ।

ଆସାମ ସରକାରଳଙ୍କ ପ୍ରବକ୍ତା ଏବଂ ଜଳ ସଂରକ୍ଷଣ ମନ୍ତ୍ରୀ ପୀଜୁବ୍ ହଜାରିକା ଏହି ନିଷ୍ପତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆଦିବାସୀ ଓ ଚା’ ଜନଜାତି ସମୁଦାୟଙ୍କ ଦାବିକୁ ଧ୍ୟାନରେ ରଖି ରାଜୀବ ଗାନ୍ଧି ନ୍ୟାସନାଲ୍ ପାର୍କର ନାମ ବଦଳାଇ ଓରାଙ୍ଗ ନ୍ୟାସନାଲ୍ ପାର୍କ ରଖାଯାଇଛି । ୭୯.୨୮ ବର୍ଗ କିମି ଅଞ୍ଚଳରେ ରହିଥିବା ଏହି ପାର୍କକୁ ୧୯୮୫ରେ ୱାଇଲ୍ଡଲାଇଫ୍ ସେଞ୍ଚୁରୀ ଏବଂ ୧୯୯୯ ମସିହାରେ ଏହାକୁ ନ୍ୟାସନାଲ୍ ପାର୍କ ଭାବରେ ଘୋଷଣା କରାଯାଇଛି ।

 

Get real time updates directly on you device, subscribe now.