fbpx

ମୁଁ ଏବେ ୩୦ ବର୍ଷ ଯୁବକ, ଦିନକୁ ୩୫୦୦୦ ପାହାଚ ଚାଲୁଛନ୍ତି ୭୦ ବର୍ଷୀୟ ଶକ୍ତି କପୁର

ନୂଆଦିଲ୍ଲୀ: ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକଙ୍କ ମଧ୍ୟରେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଅଭିନେତା ଶକ୍ତି କପୁର୍ । ସେ ଏବେ ୭୦ ବର୍ଷର ହୋଇଯାଇଛନ୍ତି । କିନ୍ତୁ ୭୦ ହେବା ପରେ ବି ତାଙ୍କର ଜୋସ୍ ଏବଂ ଜାମ୍ କୌଣସି ଥିରେ କମ୍ ହୋଇନାହିଁ । ବଲିଉଡ୍ ରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ବନାଇଛନ୍ତି । ଭିଲିଏନ୍ ଭୁମିକାକୁ ଜୀବନ୍ତ କରିପାରୁଥିବା ଶକ୍ତି କପୁର ଦିଲ୍ଲୀର ଏକ ପଞ୍ଜାବୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଆଉ ଅଭିନୟ ଜମତ ପ୍ରତି ଆକର୍ଷିତ ହୋଇଥିଲେ । ସେ ୭୦୦ରୁ ଅଧିକ ଫିଲ୍ମ କରିସାରିଛନ୍ତି ।

ନିଜ ଜନ୍ମ ଦିନ ଅବସରରେ ସେ କହିଛନ୍ତି ଯେ, ମୁଁ ୭୦ ରେ ପହଞ୍ଚିଛି ବୋଲି ଅନୁଭବ କରୁନାହିଁ । ମୁଁ ଆଜି ୩୦ ବର୍ଷର ଯୁବକ ପରି ଫିଲ୍ କରୁଛି । ମୋ ଏନର୍ଜି ଲେବଲ୍ ଯେକୌଣସି ଯୁବକଙ୍କ ସହିତ ମ୍ୟାଚ୍ ହେବ ଓ ମୁଁ ଆଜି ଫିଟ୍ ରହିଛି । ମୁଁ ଦିନକୁ ୩୫୦୦୦ ପାହାଚ ଚାଲୁଛି । ଏହା ହେଉଛି ମୋର ପ୍ରତିଦିନର ରେକର୍ଡ । ସେ କହିଛନ୍ତି ଯେ, ଲୋକମାନେ ବିଶ୍ୱାସ କରିପାରନ୍ତି ନାହିଁ ଯେ, ମୁଁ ଦୁଇଟି ପିଲାର ବାପା ବୋଲି ।

ଶକ୍ତି କପୁର ୯୦ ଓ ୮୦ ଦଶକର ଜଣେ ଜଣାଶୁଣା ଅଭିନେତା । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଶକ୍ତି କପୁର ନିଜ ଅଭିନୟ ଦମ୍ ରେ ୩୬.୫ କୋଟି ଟଙ୍କା ରୋଜଗାର କରିଛନ୍ତି । ଏବେ ତାଙ୍କ ପୂରା ପରିବାର ମୁମ୍ବାଇରେ ରହୁଛନ୍ତି ।

Get real time updates directly on you device, subscribe now.