fbpx

ମନ୍ତ୍ରୀ କହିଲେ ‘ରାଜ୍ୟରେ ବଢୁଛି ଅପରାଧିକ ମାମଲା’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଅପରାଧିକ ମାମଲା ବଢ଼ୁଛି ବୋଲି କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର । ୨୦୧୯-୨୦ ବର୍ଷରେ ଅପରାଧିକ ମାମଲାର ହିସାବ ଦେଇଛନ୍ତି ସରକାର । ୨୦୧୯ରେ ୧ ଲକ୍ଷ ୨୧ ହଜାର ୫୨୫ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୨୦୨୦ରେ ୧ ଲକ୍ଷ ୩୪ ହଜାର ୨୪୩ ମାମଲା ପଞ୍ଜୀକୃତ ହୋଇଛି । ଏନେଇ ବିଧାୟକ ଗଣେଶ ରାମ ଖୁଣ୍ଡିଆଙ୍କ ପ୍ରଶ୍ନରେ ଉତ୍ତର ଦେଇ କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ।

ଏହା ପୂର୍ବରୁ ପୋଲିସ ପଦବୀକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ, ‘ରାଜ୍ୟରେ ଅଗଷ୍ଟ ୧ ସୁଦ୍ଧା ଖାଲିପଡିଛି ୧୧ ହଜାର ୪୫୬ ପୋଲିସ ପଦବୀ । ସେଥିରେ ୧୩ଟି ଡିଆଇଜି ପାଇଁ ପୋଷ୍ଟ ଥିବା ବେଳେ ୧୫ଟି ଏସପି ପଦବୀ ଖାଲି ପଡିଛି । ଏହା ପ୍ୟତୀତ ରାଜ୍ୟରେ ୨୪୮ଟି ଇନ୍ସପେକ୍ଟର ପଦବୀ ଖାଲି ପଡିଛି ।’

Get real time updates directly on you device, subscribe now.