fbpx

୪୦ ଜଣ ପିଲାଙ୍କୁ ନିର୍ମମ ଭାବେ ଲାଠିରେ ପିଟିଲେ ସ୍କୁଲ ଶିକ୍ଷକ, ୧୦ଜଣ ହସ୍ପିଟାଲରେ ଭର୍ତ୍ତି

ହରିୟାଣା: ସ୍କୁଲରେ ପାଖାପାଖି ୪୦ ଜଣ ପିଲାଙ୍କୁ ଲାଠିରେ ନିର୍ମମ ଭାବରେ ପିଟିଛନ୍ତି ଶିକ୍ଷକ । ଏଥିରେ ୧୦ ଜଣ ପିଲା ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହିଭଳି ଏକ ମାମଲା ଆସିଛି ହରିୟାଣାରୁ । ପୋଲିସ୍ ଏନେଇ ସ୍କୁଲ ଅଧିକାରୀ ମାନଙ୍କ ବିରୋଧରେ ମାମଲା ରୁଜୁ କରିଛି । ଶିକ୍ଷକ ଜଣକ ଏତେ ଜୋରରେ ପିଲାମାନଙ୍କୁ ପିଟିଛନ୍ତି ଯେ, ସେମାନଙ୍କ ଦେହରେ ମୋଟା ନାଲି ଚିହ୍ନ ପଡ଼ିଯାଇଛି ।

ସୂଚନା ମୁତାବକ, ସୋମବାର ଦିନ ସକାଳ ୧୧ ଟା ସମୟରେ ଏକାଦଶ ଶ୍ରେଣୀର ଜଣେ ଛାତ୍ର କ୍ଲାସ୍ ରୁମ୍ ଭିତରେ ସିଟି ବଜାଇଥିଲା । ଶିକ୍ଷକ ଯେତେବେଳେ ସିଟି ବଜାଉଥିବା ଛାତ୍ର ସର୍ମ୍ପକରେ ପଚାରିଥିଲେ ସେହି ସମୟରେ ସବୁ ପିଲା ଚୁପ୍ ହୋଇ ବସିଥିଲେ । କେହି ବି ପାଟି ଫିଟାଇନଥିଲେ । ଏହାପରେ ଶିକ୍ଷକ ରାଗରେ ଆସି କ୍ଲାସ୍ ର ସବୁ ପିଲା ଅର୍ଥାତ୍ ୪୦ ଜଣ ପିଲାଙ୍କୁ ଲାଠିରେ ଖୁବ୍ ଜୋରରେ ପିଟିଥିଲେ । ସେମାନଙ୍କ ମଧ୍ୟରୁ କିଛି ପିଲାଙ୍କ ବାପା-ମାଆ ଏନେଇ ଥାନରେ ଅଭିଯୋଗ କରିଥିଲେ । ତିନି ଜଣ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।

ଖାଲି ସେତିକି ନୁହେଁ ଶିକ୍ଷକଙ୍କ ଉପରେ ଏହାବି ଅଭିଯୋଗ ଲଗାଯାଇଥିଲା ଯେ, ଶିକ୍ଷକ ଚରଣଜୀତ୍ ସିଂ ଅନୁସୂଚିତ ଜାତିର ଛାତ୍ରମାନଙ୍କ ଉପରେ ଜାତିସୂଚକ ଶବ୍ଦର ବ୍ୟବହାର କରିଥିଲେ । ଏହା ବ୍ୟତୀତ ଶିକ୍ଷକ ପିଲାମାନଙ୍କୁ ଧମକ ବି ଦେଇଥିଲେ ଯେ, ମାଡ଼ ମାରିବା ସମ୍ପର୍କରେ କାହା ପାଖରେ ଅଭିଯୋଗ କଲେ ସ୍କୁଲରୁ ବହିସ୍କାର କରିଦେବେ । ଏମିତିକି ମହିଳା ଶିକ୍ଷକଙ୍କ ସହିତ ଅସଦାଚରଣ କରିବା ଅଭିଯୋଗ ବି ଛାତ୍ର ମାନଙ୍କ ଉପରେ ଆଣିବେ ବୋଲି ପିଲାମାନଙ୍କୁ ଧମକ ଦେଇଥିଲେ ଶିକ୍ଷକ । ଏପରି ସବୁ ଅଭିଯୋଗ ଶିକ୍ଷକ ମାନଙ୍କ ଉପରେ ଲଗାଯାଇଛି ।

Get real time updates directly on you device, subscribe now.