BSNL ସମସ୍ତ ପ୍ରିପେଡ ମୋବାଇଲ୍‌ ପ୍ଲାନରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ ବଢ଼ିଲା କି କମିଲା…

ନୂଆଦିଲ୍ଳୀ: ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ତା’ର ସମସ୍ତ ପ୍ରିପେଡ ମୋବାଇଲ୍‌ ପ୍ଲାନରେ ବଡ଼ ପରିବର୍ତ୍ତନ କରିଛି । କମ୍ପାନୀ ସାରା ଦେଶରେ ନିଜର ୧୪ଟି ପ୍ରିପେଡ୍‌ ପ୍ଲାନର ବେସ୍‌ ଟାରିଫ୍‌ ବଦଳାଇ ଦେଇଛି । କରାଯାଇଥିବା ପରିବର୍ତ୍ତନରେ ଭଏସ୍‌ କଲ୍‌, ଭିଡିଓ କଲ୍‌,  ଡାଟା ଚାର୍ଜ ଏବଂ ଭଏସ ଏସ୍‌ଏମ୍‌ଏସ୍‌ ଏବଂ ଡାଟା ସର୍ଭିସ ପାଇଁ ଇଣ୍ଟର ସର୍କଲ୍‌ ରୋମିଂ ଚାର୍ଜ ମଧ୍ୟ ସାମିଲ ଅଛି । ଟେକ୍‌ ୱେବସାଇଟ୍‌ ଦ୍ୱାରା ଏହି ସୂଚନା ପ୍ରକାଶ ପାଇଛି ।

ରିପୋର୍ଟ ମୁତାବକ, ଯେଉଁ ପ୍ଲାନ୍‌ ଭାଉଚର୍ସରେ ପରିବର୍ତ୍ତନ ହୋଇଛି ସେଥିରେ, ୧୫୩, ୧୯୯, ୩୯୭, ୩୯୯, ୪୮୫, ୬୬୬, ୬୯୯, ୯୯୭, ୧୪୯୯, ୧୯୯୯, ୨୩୯୯ ଟଙ୍କାର ପ୍ଲାନରେ ୨୪୯ ଟଙ୍କାର ଫାଷ୍ଟ ରିଚାର୍ଜ କୁନ ମଧ୍ୟ ସାମିଲ ଅଛି ।