fbpx

ବାସ୍ତୁଶାସ୍ତ୍ରରେ ବର୍ଷା ପାଣିର ମହତ୍ତ୍ୱ: ସମ୍ପର୍କରେ ମଧୁରତା ଆଣିବା ସହ କରଜରୁ ଦେଇଥାଏ ମୁକ୍ତି, ଜାଣନ୍ତୁ ଏହି ସବୁ ଉପାୟ….

ନୂଆଦିଲ୍ଲୀ : ବର୍ଷା ନୂଆ ଉତ୍ସାହ ଏବଂ ଉନ୍ମାଦନା ନେଇ ଆସିଥାଏ । ବର୍ଷା ପୃଥିବୀ ପୃଷ୍ଠରେ ମଧ୍ୟ ସବୁଜିମା ଭରି ଦେଇଥାଏ । ବାସ୍ତୁରେ ମଧ୍ୟ ବର୍ଷା ସହ ଜଡ଼ିତ କେତେକ ଉପାୟ କୁହାଯାଇଛି, ଯେଉଁ ଗୁଡ଼ିକ ପାଳନ କରିବା ଦ୍ୱାରା ଜୀବନରେ ଆସୁଥିବା ସମସ୍ତ ପ୍ରକାର ବାଧାକୁ ବର୍ଷାର ପାଣି ଦୂର କରିପାରିଥାଏ । ଆସନ୍ତୁ ଜାଣିବା ଏହି ଉପାୟ ଗୁଡ଼ିକ ବିଷୟରେ ।

ବାସ୍ତୁରେ କୁହାଯାଇଥାଏ ଯେ ଯଦି କୌଣସି ବ୍ୟକ୍ତି ବହୁତ ଉଦ୍ୟମ କରିବା ପରେ ମଧ୍ୟ କରଜ ସୁଝି ପାରୁ ନାହାନ୍ତି ତେବେ ବର୍ଷା ପାଣି ତାଙ୍କୁ କରଜ ସ୍ଥିତିରୁ ବାହାରକୁ ଆଣିବ । ଏଥିପାଇଁ ଏକ ବାଲଟିରେ ବର୍ଷା ପାଣି ଜମା କରନ୍ତୁ ଏବଂ ଏହି ପାଣିରେ କ୍ଷୀର ମିଶାନ୍ତୁ । ଭଗବାନଙ୍କୁ ସ୍ମରଣ କରି ଏହି ପାଣିରେ ସ୍ନାନ କରନ୍ତୁ । ଏପରି କରିବା ଦ୍ୱାରା ମୁଣ୍ଡରୁ କରଜ ବୋଝ ଓହ୍ଲାଇ ଯିବ । ଯଦି ବ୍ୟବସାୟରେ ଲଗାତାର କ୍ଷତି ହେଉଛି ତେବେ ପିତ୍ତଳ ବାସନରେ ବର୍ଷା ପାଣି ଠୁଳ କରି ମାଆ ଲକ୍ଷ୍ମୀଙ୍କୁ ଏହି ଜଳରେ ଅଭିଷେକ କରନ୍ତୁ । ଘରେ ଯଦି ଆର୍ଥିକ ସମସ୍ୟା ଲାଗି ରହୁଛି ତେବେ ଏଥିପାଇଁ ମାଟି କଳସରେ ବର୍ଷା ପାଣି ଭର୍ତ୍ତି କରି ଉତ୍ତର ଦିଗରେ ରଖନ୍ତୁ । ଏପରି କରିବା ଦ୍ୱାରା ଘରର ଆର୍ଥିକ ସମସ୍ୟା ଦୂର ହୋଇଯାଇଥାଏ ।

ସେହିଭଳି ଗୋଟିଏ ପାତ୍ରରେ ପାଣି ଭର୍ତ୍ତି କରି ଛାତ ଉପରେ ରଖି ଦିଅନ୍ତୁ ଏବଂ ଧୂପ ଲାଗିବା ପରେ ପାଣିକୁ ଭଗବାନଙ୍କ ନାଁ ନେଇ ଆମ୍ବ ପତ୍ର ଉପରେ ଢ଼ାଳି ଦିଅନ୍ତୁ । ଏପରି କରିବା ଦ୍ୱାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରେ ଧନ ବୃଦ୍ଧି ହୋଇଥାଏ । ବର୍ଷା ପାଣିକୁ ଏକ କାଚ ବୋତଲରେ ଭର୍ତ୍ତି କରି ବେଡରୁମରେ ରଖିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ମଧୁରତା ଆସିଥାଏ ।

Get real time updates directly on you device, subscribe now.