fbpx

ଦରମା ନଦେବାରୁ ଜେସିବି ଧରି ତାଣ୍ଡବ ରଚିଲା କର୍ମଚାରୀ, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ରାଗରେ ଆସି ମଣିଷ କିଛି ବି କରିବାକୁ ପଛଘୁଞ୍ଚା ଦେଇନଥାଏ । ସେହିପରି ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଠାରେ ଜଣେ କର୍ମଚାରୀ ଜେସିବି ଧରି ଉତ୍ପାତ କରୁଥିବାର ଦେଖିବାକୁ ମିଳିଛି । ଜେସିବିରେ ସେ ଗୋଟିଏ ପରେ ଗୋଟିଏ ଗାଡ଼ିକୁ ନଷ୍ଟ କରୁଛି । ସୂଚନା ମୁତାବକ, ବ୍ୟକ୍ତି ଜଣକ କୋଇଲା ଖଣିରେ କାମ କରୁଥିବା ଜଣେ କର୍ମଚାରୀ । ମାଲିକ ଦରମା ନଦେବାରୁ ରାଗରେ ଆସି କର୍ମଚାରୀ ଜଣକ ଏପରି ତାଣ୍ଡବ କରିଛି ।

ଦ ସନ୍ ୟୁକେ ରିପୋର୍ଟ ମୁତାବକ, କୋଇଲା ଖଣିର ମାଲିକ ସେହି କର୍ମଚାରୀକୁ ମାସକର ଦରମା ଦେବାକୁ ମନା କରିଥିଲା । ମାଲିକ ଜଣକ ଆଉ କେହି ନୁହନ୍ତି, ବରଂ ସେହି ବ୍ୟକ୍ତିର ଦାଦା ଥିବା ଜଣାପଡିଛି । ଦରମା ଦେବାକୁ ମନା କରିବାକୁ କର୍ମଚାରୀ ଜଣକଙ୍କ ରାଗ ବଢ଼ିଥିଲା । ଫଳରେ ସେ ଜେସିବିରେ ଲଗାତାର ଭାବେ ୫ଟି ଟ୍ରକକୁ ଚୁରମାର୍ କରିଦେଲା । ପାଖରେ ଥିବା ଅନ୍ୟ କର୍ମଚାରୀମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇଥିଲେ ।

ତେବେ ରାଗରେ ଆସି ଏପରି କାଣ୍ଡ ଘଟରାଇଥିବା ବ୍ୟକ୍ତିର ନାଁ ହାକନ ଏମ । ଖୁବଶୀଘ୍ର ହାକନଙ୍କୁ ଅନ୍ୟ କର୍ମଚାରୀମାନେ ଧରିଥିଲେ ଓ ଜେସିବି ବାହରରକୁ ଆଣିଥିଲେ । ଅନେକ ବୁଝାସୁଝା ପରେ ହାକନ ମାନିଥିଲା ସତ, କିନ୍ତୁ ସେତେବେଳକୁ ସେ ଅନେକ ଟ୍ରକକୁ ନଷ୍ଟ କରିସାରିଥିଲା ।

Get real time updates directly on you device, subscribe now.