fbpx

ପୁଣି ବଢ଼ିଲା ପାନ୍-ଆଧାର ଲିଙ୍କ କରିବାର ଅବଧି, ଜାଣନ୍ତୁ କେତେ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି?

ନୂଆଦିଲ୍ଲୀ: ଆଧାର କାର୍ଡକୁ ପାନ୍ କାର୍ଡ ସହିତ ଲିଙ୍କ କରିବାର ଅବଧିକୁ ସରକାର ପୁଣି ଥରେ ବଢ଼ାଇଦେଇଛନ୍ତି । ଏବେ ଆପଣ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ଆଧାରକୁ ପାନ୍ ସହିତ ଲିଙ୍କ କରିପାରିବେ । ଆୟଗର ବିଭାଗ ପକ୍ଷରୁ ଶୁକ୍ରବାର ଦିନ ନୂଆ ନୋଟିଫିକେସନ ଜାରି ହୋଇଛି । ସମସ୍ତ ପ୍ରକାର ଆର୍ଥିକ କାର୍ଯ୍ୟ ପାଇଁ ପାନ୍ କାର୍ଡ ରହିବା ବାଧ୍ୟତାମୂଳକ ।

ଏହା ପୂର୍ବରୁ ପାନ୍-ଆଧାର ଲିଙ୍କ କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର ଥିଲା । ଯଦି ୩୦ ସେପ୍ଟେମ୍ବର ପୂର୍ବରୁ ଆଧାର ଓ ପାନ୍ ଲିଙ୍କ ନହୁଏ, ତେବେ ଆପଣଙ୍କ ଆଧାର ନିଷ୍କ୍ରିୟ ହୋଇଯିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଥିଲା ।

ତେବେ ଆଜିର ସମୟରେ ଆଧାରକାର୍ଡ ଓ ପାନ୍ କାର୍ଡ ଅତି ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ବ୍ୟାଙ୍କ ସହ ଜଡ଼ିତ କାଗଜପତ୍ର, ଟଙ୍କା କାରବାର, ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବା ଆଦି ବଡ଼ ବଡ଼ ବ୍ୟାଙ୍କିଙ୍ଗ କାରବାରରେ ଆଧାର ଓ ପାନ୍ କାର୍ଡ ଲିଙ୍କ ହେବା ଜରୁରୀ ।

ଯଦି ଆପଣ ଅନଲାଇନରେ ପାନ-ଆଧାର ଲିଙ୍କ୍ କରିବାକୁ ଚାହୁଛନ୍ତି ତାହେଲେ ୱେବସାଇଟ୍ (www.incometax.gov.in)କୁ ଯାଆନ୍ତୁ ଏହାପରେ ତଳକୁ ସ୍କ୍ରଲ କରନ୍ତୁ, ଏହାପରେ ଆପଣଙ୍କୁ ସେଠାରେ ‘ଲିଙ୍କ ଆଧାର’ ଅପ୍ସନ ଦେଖାଯିବ ଏହା ଉପରେ କ୍ଲିକ କରନ୍ତୁ ଏବଂ ଏହାପରେ ନୂତନ ପେଜରେ ନିଜର ଆଧାର ଓ ପାନ୍ କାର୍ଡ ନମ୍ବର ଏଣ୍ଟ୍ରି କରିବା ସହ ନିଜ ନାମ ଆଦି ପୂରଣ କରନ୍ତୁ ଏବଂ ଏହାପରେ ଲିଙ୍କ୍ ଆଧାର ବଟନରେ କ୍ଲିକ କରନ୍ତୁ । ଏହା ପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ ଏବଂ ଆପଣ ଏହି ଓଟିପି ଭେରିଫିକେସନ କରିବାକୁ ପଡ଼ିବ । ବାସ୍ ହେଇଗଲା ପାନ୍ ସହ ଆଧାର ଲିଙ୍କ୍ ।

Get real time updates directly on you device, subscribe now.