fbpx

ଏହି ଦେଶରେ ଟ୍ରକ୍ ଚାଳକଙ୍କ ଦରମା ୭୨ ଲକ୍ଷରୁ ଅଧିକ, ୨ ଦିନର ଛୁଟି ସହିତ ଦିଆଯାଉଛି ବୋନସ୍

ଲଣ୍ଡନ: ଭାରତରେ ପାଠପଢ଼ି ଡାକ୍ତର ବା ଇଞ୍ଜିନିୟର ମାନେ ଯେତିକି ଟଙ୍କା ରୋଜଗାର କରୁନାହାନ୍ତି, ତାଠାରୁ ଅଧିକ ଏକ ଦେଶର ଡ୍ରାଇଭରମାନେ ରୋଜଗାର କରୁଛନ୍ତି । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ବ୍ରିଟେନର ସୁପରମାର୍କେଟରେ ଜଣେ ଡ୍ରାଇଭରଙ୍କୁ ଜିନିଷ ଡେଲିଭରୀ କରିବାକୁ ୭୦,୦୦୦ ପାଉଣ୍ଡ ବା ଭାରତୀୟ ମୁଦ୍ରାରେ ୭୦,୮୮,୫୧୫ ଟଙ୍କା ବାର୍ଷିକ ଦରମା ଦିଆଯାଉଛି ।

ଏହା ସହ ଚାଳକଙ୍କୁ ୨୦୦୦ ପାଉଣ୍ଡ ବା ପାଖାପାଖି ୨,୦୨,୬୧୨ ଟଙ୍କା ବୋନସ୍ ଭାବେ ଦିଆଯାଉଛି । Tesco ଓ Sainsbury’s ଭଳି କମ୍ପାନୀ ନିଯୁକ୍ତିଦାତା ଟ୍ରକ ଡ୍ରାଇଭରଙ୍କୁ ଅଧିକ ଦରମା ଦେଉଛି, କାରଣ ସେଠାରେ ରାଷ୍ଟ୍ରୀୟ ସ୍ତରରେ ୧୦୦,୦୦୦ ଡ୍ରାଇଭର କାମ କରୁଛନ୍ତି । ସେଥିପାଇଁ ଅଭ୍ୟସ୍ତ ଡ୍ରାଇଭରଙ୍କୁ ସୁପରମାର୍କେଟରେ ରଖିବା ପାଇଁ ସେମାନଙ୍କ ବଦଳରେ ଲକ୍ଷାଧିକ ଟଙ୍କାର ବୋନସ୍ ବୃଦ୍ଧିର ପ୍ରଲୋଭନ ଦିଆଯାଉଛି । ଏହା ସହ ସେମାନଙ୍କୁ ସପ୍ତାହରେ ୨ ଦିନ ଛୁଟି ଦିଆଯାଏ ।

Get real time updates directly on you device, subscribe now.