fbpx

ଅମିତ୍ ଶାହାଙ୍କ ମୁହଁରୁ ଏହି ନେତାଙ୍କ ପ୍ରଶଂସା ଶୁଣି ଉଡିଲା ଶିବରାଜଙ୍କ ନିଦ, କରୁଛନ୍ତି ମିଟିଂ ପରେ ମିଟିଂ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ, କର୍ଣ୍ଣାଟକ ଓ ପୁଣି ଗୁଜରାଟରେ ମୁଖ୍ୟମନ୍ତ୍ରୀ ବଦଳାଇ ବିଜେପି ନିଜର ନେତାଙ୍କୁ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ, କାମ ନକଲେ ପଦରୁ ହଟିବାକୁ ପଡିବ । ମଧ୍ୟ ପ୍ରଦେଶରେ ଶିବରାଜ ସିଂହ ଚୌହ୍ୱାନ ବିଜେପିର ସବୁଠୁ ବଡ ନେତା । ସେ ପ୍ରାୟ ଦୁଇ ଦଶନ୍ଧି ଧରି ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିଛନ୍ତି । ହେଲେ ସଦ୍ୟତମ ଘଟଣାକ୍ରମ ଶିବରାଜ ସିଂହ ଚୌହ୍ୱାନଙ୍କ ନିଦ ଉଡାଇ ଦେଇଛି । ନିକଟରେ ଗୃହ ମନ୍ତ୍ରୀ ଅମିତ୍ ଶାହା ଶିବରାଜଙ୍କ ଉପସ୍ଥିତିରେ ବିଜେପି ସାଂସଦ ରାକେଶ ସିଂହଙ୍କ ପ୍ରଶଂସା କରି ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ବଢାଇ ଦେଇଛନ୍ତି । ଏହା ପରଠୁ ଶିବରାଜ ନିଜର ଛବି ବଳିଷ୍ଠ କରିବା ପାଇଁ ପ୍ରତିଦିନ ମାରାଥନ ବୈଠକ କରି କାର୍ଯ୍ୟକ୍ରମର ସମୀକ୍ଷା କରୁଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଶନିବାର ମଧ୍ୟ ପ୍ରଦେଶର ଜବଲପୁରରେ ଅମର ସହିଦ ଶଙ୍କର ଶାହା ଓ ରଘୁନାଥ ଶାହାଙ୍କ ବଳିଦାନ ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସାହା ପୂର୍ବତନ ବିଜେପି ସଭାପତି ତଥା ସାଂସଦ ରାକେଶ ସିଂହଙ୍କ ପ୍ରଶଂସା କରିଥିଲେ । ଖବର ଅନୁଯାୟୀ, ଶାହାଙ୍କ ଏହି ଗସ୍ତ ପରେ ଶିବରାଜ ନିଜ ସରକାରକୁ ଫୋକସରେ ରଖି ଅନେକ ବୈଠକ କରିଛନ୍ତି ।

ଶିବରାଜ ନିଜ ରାଜ୍ୟର ଅଧିକାରୀଙ୍କୁ ଲଗାତାର ଏହା ମନେ ପକାଇ ଦେବାକୁ ଚାହିଁଛନ୍ତି ଯେ, ମଧ୍ୟ ପ୍ରଦେଶରେ ସୁଶାସନ ମୋଡେଲ୍ ସ୍ଥାପିତ ହେଉ । ଶିବରାଜ କହିଛନ୍ତି, ସେ ଅଧିକାରୀଙ୍କୁ ତାଙ୍କର କାମ ହିସାବରେ ଆକଳନ କରିବେ । ଆମକୁ ଦୁର୍ନୀତି ବିରୋଧରେ ଶୂନ୍ୟ ନୀତି ଆପଣେଇବାକୁ ପଡିବ । ରାଜ୍ୟକୁ ସୁଶାସନର ମୋଡେଲ୍ କରିବାକୁ ପଡିବ । ନିଜର କର୍ତ୍ତବ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କୁ ସଜା ଦିଆଯିବ । ଏଥିସହ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ଶିବରାଜ ସିଂହ ଚୌହ୍ୱାନ ।

Get real time updates directly on you device, subscribe now.