fbpx

ଲଟକ୍ ମଟକ୍ ଚାଲିକୁ ନେଇ ଟ୍ରୋଲ୍‌ ହେଲେ ମଲାଇକା, ଦେଖନ୍ତୁ ତାଙ୍କ ଚାଲିକୁ ଟିକେ…

ମୁମ୍ବାଇ: ମଲାଇକା ଆରୋଡା ନିଜ ଫିଟନେସ୍‌ କ୍ଲାସକୁ କେବେ ମିସ୍‌ କରନ୍ତି ନାହିଁ । ଯେତେବେଳେ ବି ସେ ଘରୁ ବାହାରକୁ ଯାଆନ୍ତି, ପାପାରାଜି ମଧ୍ୟ କ୍ୟାମେରାରେ ତାଙ୍କୁ କ୍ୟାପ୍ଚର୍‌ କରିବାକୁ ପଛାନ୍ତି ନାହିଁ । ନିକଟରେ ମଲାଇକା ଜିମଯାଉଥିବା ବେଳେ ଫଟୋଗ୍ରାଫରମାନେ କ୍ୟାମେରାରେ କଏଦ କରିଛନ୍ତି । ଏହି ସମୟରେ ସେ ବ୍ଲାକ୍‌ ଜିମ୍‌ ଡ୍ରେସ୍‌ ଏବଂ ଫ୍ଲି୍‌ ଫ୍ଲ୍‌ ପିନ୍ଧିଛନ୍ତି । ସୋସିଆଲ ମିଡିଆରେ ମଲାଇକାଙ୍କ ଭିଡିଓ ଭାଇରାଲ ହୋଇଛି, ଲୋକମାନେ ତାଙ୍କ ଚାଲି ଉପରେ ଅଶ୍ଳୀଳ ମନ୍ତବ୍ୟ ଦେଉଛନ୍ତି । ମଲାଇକାଙ୍କୁ ବଲିଉଡର ସବୁଠାରୁ ଫିଟ୍‌ ସେଲିବ୍ରିଟିମାନଙ୍କ ମଧ୍ୟରେ ଗଣାଯାଏ । ସେ ନିଜେ ଫିଟ୍‌ ରହି ଲୋକଙ୍କୁ ମଧ୍ୟ ଫିଟ୍‌ ରହିବାକୁ ପ୍ରେରଣା ଦିଅନ୍ତି । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଯୋଗ ସମ୍ବନ୍ଧୀୟ ଭିଡିଓ ଏବଂ ଫିଟନେସ୍‌ ଟିପ୍ସ ମଧ୍ୟ ସେୟାର କରନ୍ତି । ନିକଟରେ ମଲାଇକା ଯୋଗ କ୍ଲାସକୁ ଯାଉଥିବାବେଳେ ନଜର ଆସିଛନ୍ତି । ତାଙ୍କ ଭିଡିଓ ଭାଇରାଲ୍‌ ହେବା ୟୁଜର୍‌ ତାଙ୍କୁ ଟ୍ରୋଲ କରୁଛନ୍ତି । ତାଙ୍କ ଚାଲିକୁ ନେଇ ଲୋକମାନେ ଅଶ୍ଳୀଳ ମନ୍ତବ୍ୟ ଦେଉଛନ୍ତି ।

 

Get real time updates directly on you device, subscribe now.