fbpx

Google ଓ Apple ଦ୍ୱାରା ବ୍ୟାନ୍ ହେଲା ୮ ଲକ୍ଷରୁ ଅଧିକ ବିପଜ୍ଜନକ App, ଆପଣଙ୍କ ମୋବାଇଲରୁ ସଙ୍ଗେସଙ୍ଗେ କରନ୍ତୁ ଡିଲିଟ୍

ନୂଆଦିଲ୍ଲୀ: ଗୁଗଲ ଓ ଆପଲ ନିଜ ଆପ ଷ୍ଟୋରରୁ ଲକ୍ଷାଧିକ ବିପଜ୍ଜନକ ଆପକୁ ବ୍ୟାନ୍ କରିଦେଇଛନ୍ତି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୨୧ ମସିହା ଜୁନ୍ ମାସ ମଧ୍ୟରେ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ଆପ ଷ୍ଟୋରୁ ୮ ଲକ୍ଷ ୧୩ ହଜାରରୁ ଅଧିକ ଆପକୁ ଡିଲିଟ କରିଦିଆଯାଇଛି । ଏହି ଆପଗୁଡ଼ିକୁ ଗୁଗଲ ପ୍ଲେ ଷ୍ଟୋରରୁ ୯ ଅରବ ଥର ଡାଉନଲୋଡ୍ କରାଯାଇଥିଲା । ସେହିପରି ଆପଲ ଆପ ଷ୍ଟୋରରୁ ଏହି ଆପଗୁଡ଼ିକୁ ହଟାଯିବା ପୂର୍ବରୁ ୨.୧ କୋଟି ରିଭ୍ୟୁଜ୍ ଓ ରେଟିଂ ଥିଲ । ତେଣୁ ଆପ ଷ୍ଟୋରରୁ ଏହି ଆପକୁ ହଟାଯିବା ପରେ ମଧ୍ୟ ୟୁଜର୍ସଙ୍କ ସ୍ମାର୍ଟଫୋନରେ ଏହା ଉପଲବ୍ଧ ଥିବା ଅନୁମାନ କରାଯାଉଛି।

ଜଣାପଡ଼ିଛି ଯେ, ଗୁଗୁଲ ପ୍ଲେ ଷ୍ଟୋରର ୮୬ ପ୍ରତିଶତ ଓ ଆପଲ ଆପ ଷ୍ଟୋରର ୮୯ ପ୍ରତିଶତ ଆପ୍ ୧୨ ବର୍ଷ ଓ ତା’ଠାରୁ କମ୍ ବୟସର ପିଲାଙ୍କୁ ଟାର୍ଗେଟ୍ କରିଥିଲେ ।୨୫ ପ୍ରତିଶତ ପ୍ଲେ ଷ୍ଟୋର ଆପ ଓ ୫୯ ପ୍ରତିଶତ ଆପ ଷ୍ଟୋର ଆପରେ କୌଣସି ପ୍ରାଇଭେସି ପଲିସି ନଥିବା ନୋଟିସରେ କୁହାଯାଇଥିଲା । ୨୬ ପ୍ରତିଶତ ଆପ ରୁଷ୍ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଯାଇଥିଲା ଓ ୬୦ ପ୍ରତିଶତ ଆପ ଚୀନର ଆପ ଷ୍ଟୋରରେ ଲିଷ୍ଟେଡ ଥିଲେ । ଚୀନର ଆପ ଷ୍ଟୋରରେ କୌଣସି ପ୍ରାଇଭେସି ପଲିସି ନଥିଲା । ହଟାଯାଇଥିବା ପ୍ରାୟ ୬୬ ପ୍ରତିଶତ ଗୁଗୁଲ ଆପରେ ଅତିକମରେ ଗୋଟିଏ ବିପଜ୍ଜନକ ପରମିଶନ ଥିଲା । ଏହି ବିପଜ୍ଜନକ ପରମିଶନକୁ ରନଟାଇମ୍ ପରମିଶନ ମଧ୍ୟ କୁହାଯାଏ । ଏହି ଆପଗୁଡ଼ିକ ଡାଟା ପର୍ଯ୍ୟନ୍ତ ସହଜରେ ପହଞ୍ଚି ପାରନ୍ତି । ଫଳରେ ସିଷ୍ଟମ ଓ ଅନ୍ୟ ଆପ ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ହଟାଯାଇଥିବା କିଛି ଆପ ମୋବାଇଲ କ୍ୟାମେରା ପର୍ଯ୍ୟନ୍ତ ସହଜରେ ପହଞ୍ଚିଯିବା ସହ ଏଥିରେ ଜିପିଏସ୍ କୋର୍ଡିନେଟର ମଧ୍ୟ ଥିଲା ।

Get real time updates directly on you device, subscribe now.