fbpx

ଏଣିକି ସଂକ୍ରମିତ ବ୍ୟକ୍ତି ଆତ୍ମହତ୍ୟା କଲେ ତାହା କରୋନା ମୃତ୍ୟୁ ଭାବେ ଗଣାଯିବ, କେନ୍ଦ୍ର ସରକାରଙ୍କ ନୂଆ ନିୟମ

ନୂଆଦିଲ୍ଲୀ: ଯଦି ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଆତ୍ମହତ୍ୟା କରନ୍ତି, ତେବେ ତାହାକୁ କରୋନା ମୃତ୍ୟୁ ଭାବେ ବିବେଚିତ କରାଯିବ । ମାତ୍ର ଏ କ୍ଷେତ୍ରରେ ସଂକ୍ରମିତ ଓ ଆତ୍ମହତ୍ୟା ମଧ୍ୟରେ ୩୦ ଦିନର ବ୍ୟବଧାନ ରହିବା ଦରକାର । ଏହି ଆତ୍ମହତ୍ୟାକୁ କରୋନା ମୃତ୍ୟୁ ଭାବେ ଗ୍ରହଣ କରାଯାଇ ତାଙ୍କ ପରିବାରଙ୍କୁ ସମସ୍ତ ସରକାରୀ ସହାୟତା ପ୍ରଦାନ କରାଯିବ । କରୋନା ମୃତ୍ୟୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଏହା ଉଲ୍ଲେଖ କରିଛନ୍ତି ।

ସତ୍ୟପାଠ ଅନୁଯାୟୀ, ସଂକ୍ରମିତ ବ୍ୟକ୍ତି ଯଦି ୩୦ ଦିନ ମଧ୍ୟରେ ଆତ୍ମହତ୍ୟା କରିଥାନ୍ତି, ତେବେ ତାଙ୍କର ପରିବାର ସଦସ୍ୟ କିମ୍ବା ନିକଟ ସଂପର୍କୀୟଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ସହାୟତା ପ୍ରଦାନ କରାଯିବ । ପୂର୍ବରୁ କେନ୍ଦ୍ର ସରକାର ଦାଖଲ କରିଥିବା ମାର୍ଗଦର୍ଶିକାରେ ସଂକ୍ରମିତଙ୍କ ଆତ୍ମହତ୍ୟାକୁ କରୋନା ମୃତ୍ୟୁ ତାଲିକାରୁ ବାଦ୍ ଦେଇଥିଲେ । ତେବେ ନୂଆ ନିୟମ ଅନୁଯାୟୀ କରୋନା ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି । କେନ୍ଦ୍ର ସରକାରଙ୍କ ସହାୟତା ରାଶି ପ୍ରଦାନ ନେଇ ନିଷ୍ପତ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶଂସା କରିଛନ୍ତି । ଅନ୍ୟପକ୍ଷରେ କରୋନା ମୃତକ ପରିବାରଙ୍କୁ ମଧ୍ୟ ଏହା ଆଶ୍ୱସ୍ତି ପ୍ରଦାନ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.